ଏହି ପ୍ରତିଯୋଗୀ ଜିତିଲେ ବିଗ୍ ବସ୍-୧୬ର ଟ୍ରଫି! ଭାଇରାଲ ହେଲା ଭିଡିଓ
ଆଜି ଅର୍ଥାତ୍ ଫେବୃଆରୀ ୧୨,୨୦୨୩ରେ ସଂଧ୍ୟା ୭ଟାରୁ ବିଗ୍ ବସ-୧୬ର ଗ୍ରାଣ୍ତ୍ ଫିନାଲେ ଆରମ୍ଭ ହୋଇଯିବ । ଏହି କାର୍ଯ୍ୟକ୍ରମ ୫ ଘଣ୍ଟା ଧରି ଚାଲିବ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଫଟୋ ।

କିଏ ହେବ ବିଗ୍ ବସ୍-୧୬ର ବିଜେତା
ପ୍ରିୟଙ୍କା ଚାହର ଏବଂ ଶିବ ଠାକରେ ବିଗ୍ ବସ-୧୬ର ସବୁଠାରୁ ଚର୍ଚ୍ଚିତ ଏବଂ ଷ୍ଟ୍ରଙ୍ଗ୍ ପ୍ରତିଯୋଗୀ । ଉଭୟ ପ୍ରତ୍ୟେକ ସମୟରେ ନିଜ ମତ ରଖିଛନ୍ତି ଏବଂ ନିଜ ଅନ୍ଦାଜରେ ପୁରା ଦେଶର ମନ ମଧ୍ୟ ଜିଣିଛନ୍ତି । ଆଜି ଶେଷ ନିଷ୍ପତ୍ତି ଆସିବା ପୂର୍ବରୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା । ଗୋଟେ ପଟେ ଅଛନ୍ତି ପ୍ରିୟଙ୍କାଙ୍କ ଫ୍ୟାନ୍ସ ତ ଆଉ ଏକ ପଟେ ଅଛନ୍ତି ମରାଠୀ ମାନୁଷ ଶିବଙ୍କ ପ୍ରଶଂସକ । ବର୍ତ୍ତମା ଶିବଙ୍କର ଏକ ପୂରୁଣା ଭିଡିଓ ହେଉଛି ଭାଇରାଲ । ଯାହା ବିଗ୍ ବସ ମରଠୀର ଏକ କ୍ଲିପ୍ ଯେଉଁଥିରେ ଶିବ୍ ଙ୍କୁ ବିଜେତା ଭାବେ ଘୋଷଣା କରାଯାଉଛି । ଏହି ଭଡିଓରେ ଫ୍ୟାନ୍ସ ଲଗାତାର କମେଣ୍ଟ କରି ଦାବି କରୁଛନ୍ତି ଯେ, ବିଗ୍ ବସ-୧୬ ୱିନର୍ ଶିବ ହୋଇସାରିଛନ୍ତି ।
ଏହି ସମୟରେ ଶିବଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୁହାଯାଇଛି ଯେ ଶିବ ପୁଣି ଥରେ ବିଜେତା ହୋଇଛନ୍ତି।
'ବିଗ୍ ବସ୍' ବିଜେତାଙ୍କର ଭିଡିଓ ଭାଇରାଲ
ବାସ୍ତବରେ,ଏହି ଭିଡିଓ ଶିବ୍ ଠାକରେଙ୍କ ଫ୍ୟାନ୍ ପେଜରେ ସେୟାର କରାଯାଇଛି । ଏହି ଭିଡିଓ 'ବିଗ୍ ବସ୍ ମରାଠୀ ସିଜିନ୍ ୨'ର ଗ୍ରାଣ୍ଡ୍ ଫାଇନାଲେର ଅଟେ । ଏହି ପୁରୁଣା ଭିଡିଓକୁ ଗତକାଲି ସେୟାର କରାଯାଇଛି । ଏହା ସହ ଦାବି କରାଯାଉଛି ଯେ, ବିଗ୍ ବସ ୧୬ର ବିଜେତା ଶିବ୍ ଅଟନ୍ତି । ପୁଣି ଇତିହାସର ପୁନରାବୃତ୍ତି ହୋଇଛି ।
Scenes tomorrow Shiv winning big boss 16 history repeat itself waah! 😘😍😍#ShivThakre #ShivForTheWin #BiggBoss16Finale #BB16 #ShivIsTheBoss #ShivKiSena #ShivThakre𓃵 ❤❤❤❤ pic.twitter.com/xLUmuzQ6vb
— Shivfiied Suyash (@SuyashN89111951) February 11, 2023
ଆଜି ବିଗ୍ ବସ-୧୬ର ଗ୍ରାଣ୍ତ ଫିନାଲେ
ଆଜି ଅର୍ଥାତ୍ ଫେବୃଆରୀ ୧୨,୨୦୨୩ରେ ସଂଧ୍ୟା ୭ଟାରୁ ବିଗ୍ ବସ-୧୬ର ଗ୍ରାଣ୍ତ୍ ଫିନାଲେ ଆରମ୍ଭ ହୋଇଯିବ । ଏହି କାର୍ଯ୍ୟକ୍ରମ ୫ ଘଣ୍ଟା ଧରି ଚାଲିବ । ଏବଂ ଶେଷରେ ବିଗ୍ ବସ୍-୧୬ର ବିଜେତା ଘୋଷଣା କରାଯିବ ।












Click it and Unblock the Notifications