ଷ୍ଟାନ୍ ଜିତିଲେ ବିଗ୍ ବସ-୧୬ ଟ୍ରଫି୍, ସୋସିଆଲ ମିଡିଆରେ ଆରମ୍ଭ ହେଲା ବିବାଦ

ବିଗ୍ ବସ-୧୬ ଟ୍ରଫି୍ ଜିତିଲେ ଷ୍ଟାନ୍ । ଷ୍ଟାନ ବିଜେତା ହେବା ମାତ୍ରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଖାସ୍ ମୌକାକୁ ସେଲିବ୍ରେଟ୍ କରିଛନ୍ତି, ତାଙ୍କର ପ୍ରଶଂସା କରୁଛନ୍ତି ।

Bigg Boss-16

Bigg Boss-16 Winner MC Stan: ୪ ମାସ ପୂର୍ବରୁ ଆରମ୍ଭ ହୋଇଥିବା ବିଗ୍ ବସ-୧୬ରେ ୧୬ ପ୍ରତିଯୋଗୀ କରିଥିଲେ ଏଣ୍ଟ୍ରି । ସମସ୍ତେ ନିଜ ନିଜ ଅନ୍ଦାଜରେ ଗେମ୍ ଖେଳିଥିଲେ ଏବଂ ପପୁଲାରିଟି, ସଫଳତା ମଧ୍ୟ ହାସଲ କରିଥିଲେ । ହେଲେ ଲୋକଙ୍କ ଭୋଟ କମି ଦ୍ୱାରା ଧିରେ ଧିରେ ବିଗ୍ ବସ ଘରର ଲୋକଙ୍କ ସଂଖ୍ୟା ମଧ୍ୟ କମିବା ଆରମ୍ଭ ହୋଇଥିଲା । ଶେଷେର ଘରେ ରହିଥିଲେ ତିନି ପ୍ରତିଯୋଗୀ ପ୍ରିୟଙ୍କା, ଶିବ ଏବଂ ଏମସି ଷ୍ଟାନ୍ । ତେବେ ଯେତେବେଳେ ୱିନର ଘୋଷଣା ହୋଇ ନଥିଲା ସେତେବେଳେ ସମସ୍ତେ ଆଶାଙ୍କର ଆଶା ଥିଲା ଯେ ଶିବ୍ ଏବଂ ପ୍ରିୟଙ୍କା ମଧ୍ୟରୁ କେହି ଜଣେ ହିଁ ଏହି ସିଜିନରେ ବିଜେତା ସାଜିବେ । ହେଲେ ଶେଷରେ ବିଜେତା ସାଜି
ଟ୍ରଫି ହାତେଇଥିଲେ ଷ୍ଟାନ୍ । ଯାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଯଦି ଆମେ ପୁରା ବିଗ୍ ବସ୍ ଯାତ୍ରା ଉପରେ ନଜର ପକାଇବା, ତେବେ ପ୍ରିୟଙ୍କା ଏବଂ ଶିବଙ୍କ ତୁଳନାରେ ଷ୍ଟାନଙ୍କର ଯୋଗଦାନ ବହୁତ୍ କମ୍ ରହିଥିଲା । ହେଲେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ସ୍ଟାନଙ୍କର ରିୟଲ୍ ନେଚର । ସେ ଶତ୍ରୁଠାରୁ ଆରମ୍ଭ କରି ବନ୍ଧୁଙ୍କ ପର୍ଯ୍ୟନ୍ତ ସମସ୍ତେ ଷ୍ଟାନଙ୍କର ରିୟଲ୍ ନେଚରକୁ ପ୍ରଶଂସା କରିଥିଲେ । ଘରକୁ ଆସିଥିବା ସେଲିବ୍ରିଟି ମଧ୍ୟ ଏମସିଙ୍କର ଖୁବ ପ୍ରଶଂସା କରିଥିବାର ଦେଖିବା ପାଇଁ ମିଳିଥିଲା । ଷ୍ଟାନଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କୁ ବିଜେତା ଭାବେ ଦେଖିବା ପାଇଁ ଚାହୁଁଥିଲେ ଏବଂ ଶେଷରେ ଏକ ବିଶାଳ ଭୋଟରେ ବିଗ୍ ବସ-୧୬ର ୱିନର୍ ସାଜିଛନ୍ତି ଏମସି ଷ୍ଟାନ୍ ।

ଷ୍ଟାନ ବିଜେତା ହେବା ମାତ୍ରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଖାସ୍ ମୌକାକୁ ସେଲିବ୍ରେଟ୍ କରିଛନ୍ତି । ତାଙ୍କର ପ୍ରଶଂସା କରୁଛନ୍ତି ଏବଂ ନିଜ ଖୁସି ବ୍ୟକ୍ତ କରୁଥିବା ଦେଖିବା ପାଇଁ ମିଳୁଛି । ହେଲେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି, ଯେଉଁଥି ପାଇଁ ଷ୍ଟାନଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡୁଛି । ଅନେକ ଲୋକ ତାଙ୍କୁ କହୁଛନ୍ତି ଯେ, ସେ ବିଗ୍ ବସ୍ ଟ୍ରଫି ପାଇଁ ଯୋଗ୍ୟ ନୁହଁନ୍ତି । ଲୋକମାନେ ତାଙ୍କୁ ପରିହାସ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି ।

ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, ଏମସି ଷ୍ଟାନ୍ ବିଜେତା ହେବା ପରେ ମୁଁ ଶିଖିଲି ଯେ, କୌଣସି କାର୍ଯ୍ୟ କର ନାହିଁ, ମହିଳାମାନଙ୍କୁ ସମ୍ମାନ ଦିଅ ନାହିଁ, ଅଳସୁଆ ରୁହ ଯାହା ପରେ ତୁମେ ଜଣେ ବିଜେତା ହୋଇପାରିବ!ଏପରି କମେଣ୍ଟ କରି ତାଙ୍କୁ ଟ୍ରୋଲ କରାଯାଉଛି । ସେହିପରି ସମସ୍ତେ ନିର୍ମାତାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଷ୍ଟାନଙ୍କୁ ବିଜେତା କରିବା କଥାକୁ ବିରୋଧ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+