ଟେଲିଭିଜନରେ ଡେବ୍ୟୁ କରିବେ ରାଜ କୁନ୍ଦ୍ରା, ବିଗ୍ ବସ୍ ୧୬ରେ ଆସିବେ ନଜର !
ଟେଲିଭିଜନରେ ଡେବ୍ୟୁ କରିବେ ରାଜ କୁନ୍ଦ୍ରା, ବିଗ୍ ବସ୍ ୧୬ରେ ଆସିବେ ନଜର !
Bigg Boss 16 Update: ସଲମାନ ଖାନଙ୍କ ସୁପରହିଟ୍ ରିଆଲିଟ୍ ଶୋ'ବିଗ୍ ବସ୍ ପୁଣି ଏକ ନୂଆ ସିଜନ୍ ସହ ଆରମ୍ଭ ହେବା ପାଇଁ ଯାଉଛି । ଶୋ'କୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଅନେକ ସେଲିବ୍ରିଟିଙ୍କ ନାଁ ମଧ୍ୟ ଶୁଣିବା ପାଇଁ ମିଳୁଛି ।

ବିଗ୍ ବସ୍ ୧୬ରେ ନଜର ଆସିବେ ରାଜ କୁନ୍ଦ୍ରା !
ସୂଚନା ଅନୁସାର ସଲମାନ ଖାନଙ୍କ ରିଆଲିଟି ଶୋ' ବିଗ୍ ବସରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମଧ୍ୟ ନଜର ଆସିପାରନ୍ତି । ରିପୋର୍ଟ ଅନୁସାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜୁ କୁନ୍ଦ୍ରାଙ୍କୁ ବିଗ୍ ବସ୍ ୧୬ ପାଇଁ ଆପରୋଚ୍ କରାଯାଇଛି ।
ସମିତା ସେଟ୍ଟୀ ମଧ୍ୟ ଲୋକଙ୍କ ମନ ଜିଣିଥିଲେ
ବିଗ୍ ବସ ଓଟିଟି ଓ ବିଗ୍ ବସ ୧୫ରେ ନଜର ଆସିଥିଲେ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ସମିତା ଶେଟ୍ଟୀ । ଶୋ'ରେ ଦର୍ଶକ ସମିତାଙ୍କୁ ପସନ୍ଦ ମଧ୍ୟ କରୁଥିଲେ । ତାଙ୍କ ଅନ୍ଦାଜ୍ ଲୋକଙ୍କ ମନ ଜିଣିଥିଲା । ହେଲେ ବିଗ୍ ବସ୍ ୧୫ର ବିଜେତା ହୋଇ ପାରି ନଥିଲେ ସମିତା ।

ସେପଟେ କିଛି ଦିନ ହେବା ରାଜ କୁନ୍ଦ୍ରାଙ୍କୁ ନେଇ ଅନେକ ବିବାଦ ଦେଖିବା ପାଇଁ ମିଳିଥିଲା । ଅନେକ ସମସ୍ୟା ଦେଇ ଗତି କରିଥିଲା କୁନ୍ଦ୍ରା ପରିବାର । ବିବାଦରେ ଘେରି ହୋଇ ରହିଥିଲେ ରାଜ କୁନ୍ଦ୍ରା ଯାହାର ପ୍ରଭାବ ପୁରା ପରିବାର ଉପରେ ପଡ଼ିଥିଲା । ଏପରିକି ଏହି ବିବାଦ ପାଇଁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରୁ ମଧ୍ୟ ଦୂରେଇ ରହିଥିଲେ । ହେଲେ ନିଜ ୱାଇସ୍ ଶିଳ୍ପାଙ୍କ ଜନ୍ମଦିନରେ ସେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ପୁଣି ଥରେ ସୋସିଆଲ ମିଡିଆରେ କମବ୍ୟାକ କରିଥିଲେ । ୱେଲ୍ ବିବାଦ ପାଇଁ ରାଜ କୁନ୍ଦ୍ରାଙ୍କୁ ନେଇ ଚର୍ଚ୍ଚା ତ ଲାଗି ରହିଥାଏ । ଏପରି ସ୍ଥିତିରେ ସେ ଯଦି ବିଗ ବସରେ ଏଣ୍ଟ୍ରି କରୁଛନ୍ତି ତେବେ Bigg Boss 16 ଖୁବ ଚର୍ଚ୍ଚାରେ ରହିବ ।












Click it and Unblock the Notifications