Get Updates
Get notified of breaking news, exclusive insights, and must-see stories!

'ବିଗ୍ ବସ ୧୬' ରେ ନଜର ଆସିବେ ରାଜ କୁନ୍ଦ୍ରା ! କଲେ ହାଇ ଡିମାଣ୍ତ

'ବିଗ୍ ବସ ୧୬' ରେ ନଜର ଆସିବେ ରାଜ କୁନ୍ଦ୍ରା ! କଲେ ହାଇ ଡିମାଣ୍ତ

Bigg Boss 16 Update:ସଲମାନ ଖାନଙ୍କ ସୁପରହିଟ୍ ରିଆଲିଟ୍ ଶୋ'ବିଗ୍ ବସ୍ ପୁଣି ଏକ ନୂଆ ସିଜନ୍ ସହ ଆରମ୍ଭ ହେବା ପାଇଁ ଯାଉଛି । ଶୋ'କୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଅନେକ ସେଲିବ୍ରିଟିଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Raj Kundra

'ବିଗ୍ ବସ ୧୬'ରେ ନଜର ଆସିବେ ରାଜ କୁନ୍ଦ୍ରା !
ସୂଚନା ଅନୁସାରେ, ଏଥର ଶୋ'ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ମଧ୍ୟ ନଜର ଆସିପାରନ୍ତି । ଏଥିରେ ଭାଗ ନେଇ ସେ ନିଜ ଜୀବନର ଅନେକ ଖୁଲାସା କରିପାରନ୍ତି । ରାଜୁ କୁନ୍ଦ୍ରାଙ୍କୁ 'ବିଗ୍ ବସ୍ ୧୬' ମେକର୍ସମାନେ ଆପରୋଚ୍ କରିଛନ୍ତି । ଯେଉଁଥି ପାଇଁ କୁନ୍ଦ୍ରା ଡିମାଣ୍ତ କରିଛନ୍ତି ୩୦ କୋଟି । ରାଜଙ୍କ ଡିମାଣ୍ତ ଅନେକଙ୍କ ହୋସ୍ ଉଡାଇଛି ।

ବଲିଉଡ ଲାଇଫ ରିପୋର୍ଟ ଅନୁସାରେ, 'ରାଜ କୁନ୍ଦ୍ରା ଶୋ'ରେ ଅଧିକ ସମୟ ରହିବା ପାଇଁ ଚାହୁଁଛନ୍ତି । ସେ ଶୋ'ରୁ ଯିବା ସମୟରେ କୌଣସି ଟଙ୍କା ନିଜ ସାଥିରେ ନେବା ପାଇଁ ଚାହୁଁ ନାହଁନ୍ତି, କାରଣ ତାଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ଯାହା ସେ ନେବେ ସେ ସମସ୍ତ ଟଙ୍କା ଏନଜିଓକୁ ଡୋନେଟ୍ କରିଦେବେ ବୋଲି କହିଛନ୍ତି ରାଜ କୁନ୍ଦ୍ରା । ତେବେ ସମୟ ହିଁ କହିବ ଏହି ଖବର ପଛର ସତ୍ୟତା । ଏ ପର୍ଯ୍ୟନ୍ତ ଶିଳ୍ପା କିମ୍ବା ରାଜଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ

ସେପଟେ କିଛି ଦିନ ହେବ ରାଜ କୁନ୍ଦ୍ରାଙ୍କୁ ନେଇ ଅନେକ ବିବାଦ ଦେଖିବା ପାଇଁ ମିଳିଥିଲା । ଅନେକ ସମସ୍ୟା ଦେଇ ଗତି କରିଥିଲା କୁନ୍ଦ୍ରା ପରିବାର । ବିବାଦରେ ଘେରି ହୋଇ ରହିଥିଲେ ରାଜ କୁନ୍ଦ୍ରା ଯାହାର ପ୍ରଭାବ ପୁରା ପରିବାର ଉପରେ ପଡ଼ିଥିଲା । ଅଶ୍ଳୀଳ ଫିଲ୍ମ ମାମଲାରେ ରାଜ୍ ଜେଲରୁ ୧ ବର୍ଷ ହେବ ବାହାରିସାରିଲେଣି । ହେଲେ ଆଜି ପର୍ଯ୍ୟନ୍ତ ସେ କ୍ୟାମେରା ସାମ୍ନାରେ ନିଜ ମୁହଁ ଦେଖାଇ ନାହଁନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+