ଆରମ୍ଭ ହେଲା 'ବିଗ୍ ବସ ୧୬', ଜାଣନ୍ତୁ ପ୍ରତିବର୍ଷ କ'ଣ ପାଇଁ ଏହି ଶୋ'କୁ ହୋଷ୍ଟ କରନ୍ତି ସଲମାନ

ଆରମ୍ଭ ହେଲା 'ବିଗ୍ ବସ ୧୬', ଜାଣନ୍ତୁ ପ୍ରତିବର୍ଷ କ'ଣ ପାଇଁ ଏହି ଶୋ'କୁ ହୋଷ୍ଟ କରନ୍ତି ସଲମାନ

ବିଗ୍ ବସ ୧୬: ଆରମ୍ଭ ହେଲା 'ବିଗ୍ ବସ ୧୬' । ପ୍ରତ୍ୟକ ବର୍ଷ ଛୋଟ ପରଦାରେ ଏହି ଶୋ' କରିଥାଏ ବଡ ଧମାଲ । ପ୍ରତିଥର ପରି ଏଥର ମଧ୍ୟ ଶୋ'କୁ ହୋଷ୍ଟ୍ କରିବେ ବଲିଉଡର ସୁଲତାନ ସଲମାନ ଖାନ । ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ମୁମ୍ବାଇରେ ବିଗ୍ ବସ୍ ସିଜନ୍ ୧୬ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯାହାକୁ ହୋଷ୍ଟ କରିଥିଲେ ଅଭିନେତ୍ରୀ ଓ ବିଗ୍ ବସ ୭'ର ବିଜେତା ଗୌହର ଖାନ ।

Salman Khan
ପ୍ରତିଥର କ'ଣ ପାଇଁ ବିଗ୍ ବସ ହୋଷ୍ଟ କରନ୍ତି ସଲମାନ
ପ୍ରାୟ ୧୨ ବର୍ଷ ହେବ ଟେଲିଭିଜନର ଏହି ଶୋ'କୁ ହୋଷ୍ଟ କରୁଛନ୍ତି ସଲମାନ ଖାନା, ଯାହାକୁ ନେଇ ଦବଙ୍ଗ ଖାନଙ୍କୁ ଏହି ସାମ୍ବାଦିତ ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରକୁ ନେଇ ଆଜି ସବୁଠି ଚର୍ଚ୍ଚା । ସଲମାନ ଏହି ପ୍ରଶ୍ନର ବେଶ ମଜାଳିଆ ଅନ୍ଦାଜରେ ଉତ୍ତର ଦେଇ କହିଲେ 'ମୋର ବିକଳ୍ପ ଶୋ ମେକର୍ସଙ୍କ ପାଖରେ ନାହିଁ' । ହେଲେ ପରବର୍ତ୍ତି ସମୟରେ ଅଭିନେତା କହିଥିଲେ ଯେ ୧୨ ବର୍ଷ ହେବ ସେ ଏହି ଶୋ'କୁ ହୋଷ୍ଟ କରୁଛନ୍ତି । ତାଙ୍କୁ ମଧ୍ୟ ଏହି ଶୋ'କୁ ହୋଷ୍ଟ କରିବା ପାଇଁ
ପ୍ରତିଯୋଗୀଙ୍କୁ କିଛି ଶିଖାଇବା ପାଇଁ ଭଲ ଲାଗେ । ସେହିପରି ମଞ୍ଚରେ ଦବଙ୍ଗ ଖାନ ହୋଷ୍ଟ ଗୌହରଙ୍କ ସହ ମସ୍ତି କରିଥିଲେ । ଏହା ସହ ଚଳିବ ବର୍ଷ ଅର୍ଥାତ୍ ବିଗ୍ ବସ୍ ସିଜନ୍ ୧୬ର ଏକମାତ୍ର ପ୍ରତିଯୋଗୀଙ୍କ ସହ ମଧ୍ୟ ସେ ପରିଚିତ କରାଇଥିଲେ ।

'ବିଗ୍ ବସ୍ ସିଜନ୍ ୧୬' ପ୍ରଥମ ପ୍ରତିଯୋଗୀ
'ବିଗ୍ ବସ୍ ୧୬' ନଜର ଆସିବେ ୧୮ ବର୍ଷିୟ ଅବଦୁ ରୋଜିକ୍ । ଅବଦୁ ରୋଜିକ୍ 'ବିଗ୍ ବସ୍ ସିଜନ୍ ୧୬'ର ପ୍ରଥମ ପ୍ରତିଯୋଗୀ । ଗତକାଲି ସଲମାନ ତାଙ୍କ ନାଁ ରିଭିଲ୍ କରିଥିଲେ । ତେବେ ସଲମାନଙ୍କ ଆଗାମୀ ଫିଲ୍ମ 'କିସି କା ଭାଇ କିସି କି ଜାନ' ରେ ମଧ୍ୟ ସେ ନଜର ଆସିବେ । ଏନେଇ ଗତକାଲି ସଲମାନ ଖାନ ସୂଚନା ଦେଇଥିଲେ । ଅନ୍ୟପଟେ ଅବଦୁ ରୋଜିକ୍ କାଜାଖସ୍ତାନର ସେଥିପାଇଁ ସେ ଭଲ ଭାବେ ହିନ୍ଦୀ ଜାଣନ୍ତି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+