ବିଗିଡିଲା ଅଭିନେତ୍ରୀ ହିନା ଖାନଙ୍କ ସ୍ୱାସ୍ଥ୍ୟ, ଡାକ୍ତରଖାନାରେ ହେଲେ ଭର୍ତ୍ତି
Bigg Boss 11 Fame Hina Khan: ପୁଣି ବିଗିଡିଲା ବିଗ୍ ବସ ଫେମ୍ ଅଭିନେତ୍ରୀ ହିନା ଖାନଙ୍କ ସ୍ୱାସ୍ଥ୍ୟ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ନିକଟରେ ହିନା ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର ନିଜ ସ୍ୱାସ୍ଥ୍ୟ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ନିଜ ପ୍ରିୟ ଅଭିନେତ୍ରୀଙ୍କ ଅସୁସ୍ଥ ଥିବା ଖବର ପ୍ରଶଂସକଙ୍କୁ ବିଚଳିତ କରିଥିଲା ଏବଂ ସମସ୍ତେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ଏବଂ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଫ୍ୟାନ୍ସ ପ୍ରାର୍ଥନା କରିଛନ୍ତି ।
ଅଭିନେତ୍ରୀ ହିନା ନିକଟରେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ସେ ହସ୍ପିଟାଲର ପୋଷାକ ଏବଂ ବାମ ହାତରେ ଟେପ୍ ପିନ୍ଧି ଏକ ସେଲଫି ପୋଷ୍ଟ କରିଥିଲେ । ହିନା ଏହି ସେଲଫିରେ ପାଉଟ୍ କରୁଥିବା ନଜର ଆସିଛନ୍ତି ଏବଂ ଅଭିନେତ୍ରୀ ଫଟୋ କ୍ୟାପସନ୍ ଦେଇଛନ୍ତି, "ଭଲପାଇବା ବିସ୍ତାର କର" ।

ସେ ଏକ ବଡ ହସ ଇମୋଜି ସହିତ ଲେଖିଛନ୍ତି, 'ଆପଣ ଯେଉଁଠାରେ ବି ଥାଆନ୍ତୁ ନା କାହିଁକି, କେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ଆପଅଙ୍ତୁ ଏକ ଦର୍ପଣ ମିଳେ ତେବେ ମିରର ସେଲଫି ନେବାକୁ ଭୁଲନ୍ତୁ ନାହିଁ । ତେବେ ଅଭିନେତ୍ରୀ କାହିଁକି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ ସେନେଇ ଅଭିନେତ୍ରୀ ଅଧିକ କିଛି ଜଣାଇ ନାହାଁନ୍ତି। ହେଲେ ପୋଷ୍ଟ ଦେଖିବା ପରେ ହିନା ଖାନଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।
ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନା ଖାନ ଟିଭି ଇଣ୍ଡଷ୍ଟ୍ରିର ସହିତ ଜଡିତ ରହିଛନ୍ତି । ଅଭିନେତ୍ରୀ ସକରାତ୍ମକ ଠାରୁ ନକାରାତ୍ମକ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୂମିକାରେ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି । ହିନା ତାଙ୍କ ଶୋ 'ୟେ ରିସ୍ତା କିୟା କେହେଲାତା ହୈ' ସହିତ ଲୋକପ୍ରିୟତା ହାସଲ କରିଥିଲେ ଏବଂ ସେବେଠାରୁ ସେ ଆଉ ପଛକୁ ଚାହିଁ ନଥିଲେ । ସେ ନିଜ ଫ୍ୟାଶନ୍, ଷ୍ଟାଇଲରେ ମାଧ୍ୟମରେ ଲୋକଙ୍କ ମନ ଜିଣନ୍ତି ।












Click it and Unblock the Notifications