ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ଘଟଣା: ଲରେନ୍ସ ବିଷ୍ଣୋଇଙ୍କୁ କରାଯିବ ପଚରାଉଚରା
Salman Khan House Firing: ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହି ମାମଲାର ଅନୁସନ୍ଧାନ କରୁଥିବା ଏଜେନ୍ସି ଲରେନ୍ସ ବିଷ୍ଣୋଇଙ୍କୁ ପଚରାଉଚରା କରିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ, ଦିଲ୍ଲୀ ପୋଲିସ ଗୁଜରାଟ ଯାଇ ଲରେନ୍ସ ବିଷ୍ଣୋଇ ପଚରାଉଚରା କରିବ। ଲରେନ୍ସ ବିଷ୍ଣୋଇଙ୍କୁ ଗୁଜୁରାଟର ସାବରମତି ଜେଲରେ ରଖାଯାଇଛି, ଏହା ବ୍ୟତୀତ ମୁମ୍ବାଇ ପୋଲିସର ଏକ ଟିମ୍ ମଧ୍ୟ ଗୁଜୁରାଟ ଯିବା ନେଇ ସୂଚନା ରହିଛି ।

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଚେତାବନୀ ଦେଇ କହିଛନ୍ତି, ଏହା କେବଳ ଏକ ଟ୍ରେଲର ଥିଲା । ତୁମ ପାଇଁ ଏହା ଆମର ପ୍ରଥମ ଏବଂ ଶେଷ ଚେତାବନୀ । ଏବେ ତୁମେ ଆପ ଶକ୍ତି ଏବଂ ସାହସକୁ ବୁଝି ପାରିଥିବ । ଆଗୁକୁ ଆଉ କେବଳ ଘର ବାହାରେ ଗୁଳି ଫୁଟିବ ନାହିଁ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଏପରି ଲେଖିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସିସିଟିଭି ଫୁଟେଜରେ ଦେଖିବା ପାଇଁ ମିଳୁଛି ଯେ, ଦୁଇ ଜଣେ ବ୍ୟକ୍ତି କ୍ୟାପ ପିନ୍ଧି ଏକ ବାଇକରେ ସଲମାନଙ୍କ ଘର ଦେଇ ଯାଉଥିବା ବେଳେ ତାଙ୍କ ଘରକୁ ଗୁଳିମାଡ଼ କରିଥିଲେ । ୨ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣେ କଳା ଜ୍ୟାକେଟ୍ ଏବଂ ଡେନିମ୍ ପ୍ୟାଣ୍ଟ ସହିତ ଧଳା ଟି-ସାର୍ଟ ପିନ୍ଧିଥିବା ବେଳେ ଅନ୍ୟଜଣେ ଡେନିମ୍ ପ୍ୟାଣ୍ଟ ସହିତ ନାଲି ଟି-ସାର୍ଟ ପିନ୍ଧିଥିଲେ। ଏହି ଘଟଣା ପରେ ମୁମ୍ବାଇ ପୋଲିସ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ।
ଗତବର୍ଷ ଜେଲରେ ଥାଇ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ଧମକ ଦେଇଥିଲେ । ସେ କହିଥିଲେ ଅଭିନେତାଙ୍କୁ କ୍ଷମା ମାଗିବା ପାଇଁ ପଡିବ ନଚେଚ୍ ତାଙ୍କର ହତ୍ୟା କରାଯିବ । ତେବେ ଅମୋଲ ବିଷ୍ଣୋଇ ଜଣେ ୱାଣ୍ଟେଡ୍ ଅପରାଧୀ
। ସେ ଭାରତରୁ ପଳାୟନ କରି ବର୍ତ୍ତମାନ ଆମେରିକାରେ ରହୁଥିବା ନେଇ ସୂଚନା ରହିଛି ।












Click it and Unblock the Notifications