'The Keral Story'ର ବଡ଼ ସଫଳତା, 100 କୋଟି କ୍ଲବରେ ହେବ ସାମିଲ
The Keral Story:ଟ୍ରେଲର ରିଲିଜ ହେବା ଦିନଠାରୁ ଅଦା ଶର୍ମାଙ୍କ ଫିଲ୍ମ 'The Keral Story'କୁ ନେଇ ଚର୍ଚ୍ଚା ଲାଗି ରହିଛି । ଚଳଚ୍ଚିତ୍ରକୁ ନେଇ ବିବାଦ ମଧ୍ୟରେ ଅନେକ ରାଜ୍ୟରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି । ଏହାରି ମଧ୍ୟରେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟରେ ବଢିବାରେ ଲାଗିଛି ଦର୍ଶକଙ୍କ ସଂଖ୍ୟା ।
100 କୋଟି କ୍ଲବରେ ହେବ ସାମିଲ
ଫିଲ୍ମର ବକ୍ସ ଅଫିସ୍ ଆୟ ଦେଖି ଅନୁମାନ କରାଯାଉଛି ଯାଉଛି ଯେ, ପ୍ରଶଂସକମାନେ ଏହି ଫିଲ୍ମ ଦେଖିବା ପାଇଁ କେତେ ଉତ୍ସାହିତ ଅଛନ୍ତି । ଲୋକମାନେ ଫିଲ୍ମ କାହାଣୀକୁ ପ୍ରଶଂସା କରୁଛନ୍ତି । ଯେଉଁଥି ପାଇଁ ସିନେମାର ଆୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମଟି ଖୁବ ଶୀଘ୍ର 100 କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି ।

ସପ୍ତମ ଦିନର କଲେକ୍ସନ୍
ରିପୋର୍ଟ ଅନୁସାରେ, 'The Keral Story' ଷଷ୍ଠ ଦିନର ୧୨ କୋଟିର ବ୍ୟବସାୟ କରିଛି । ଅନ୍ୟପକ୍ଷରେ, ଯଦି ଆମେ ପୁରା ସପ୍ତାହର ଆୟ ଉପରେ ନଜର ପକାଇବା ତେବେ ଫିଲ୍ମଟି ଏପର୍ଯ୍ୟନ୍ତ ୮୦.୮୬ କୋଟିର ବ୍ୟବସାୟ କରିସାରିଲାଣି । ଏହି ଆକଳନ ଅନୁଯାୟୀ, ଏହି ଫିଲ୍ମଟି ଖୁବଶୀଘ୍ର ୧୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି ।
ରିପୋର୍ଟ ଅନୁସାରେ, ଦ କେରଳ ଷ୍ଟୋରୀ ଓପନିଂ ଡେରେ ୮ କୋଟିର ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନରେ ୧୧.୨୨ କୋଟି, ତୃତୀୟ ଦିନରେ ୧୬.୪ କୋଟି, ଚତୁର୍ଥ ଦିନରେ ୧୦.୦୭ କୋଟି ଏବଂ ପଞ୍ଚମ ଦିନରେ ୧୧.୧୪ କୋଟି, ଷଷ୍ଠ ଦିନରେ ୧୨ କୋଟି ଆୟ କରିଥିଲା ଏହି ବିବାଦୀୟ ଫିଲ୍ମ । ଏହି ରିପୋର୍ଟ ଦେଖି ସ୍ପଷ୍ଟ ହେଉଛି ଯେ ଫ୍ୟାନ୍ସଙ୍କୁ ଖୁବ ଇମପ୍ରେସ କରୁଛି ଏହି ଫିଲ୍ମର କାହାଣୀ ।
ଏହି ରାଜ୍ୟଗୁଡିକରେ ଚଳଚ୍ଚିତ୍ର ବ୍ୟାନ୍
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମକୁ ନେଇ ବିବାଦ ବନ୍ଦ ହେବାର ନାଁ ନେଉ ନାହିଁ । ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଛି । ହେଲେ ଲୋକପ୍ରିୟତା ଏବଂ ଆୟ ଉପରେ ବ୍ୟାନର ପ୍ରଭାବ ପଡୁନାହିଁ ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications