Get Updates
Get notified of breaking news, exclusive insights, and must-see stories!

ରିଲିଜ ପୂର୍ବରୁ 'ଖତରା ଡେଞ୍ଜରିୟସ୍'କୁ ବଡ ଝଟକା, ମୁଖ୍ୟ ଭୂମିକାରେ ଅଛନ୍ତି ଓଡିଆ ଝିଅ ଅପ୍ସରା ରାଣୀ

ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଖତରା ଡେଞ୍ଜରିୟସ୍' ହେଉଛି ଲେସବିଆନ୍ କ୍ରାଇମ ଆକ୍ସନ୍ ଡ୍ରାମା । ଫିଲ୍ମ ରିଲିଜ ହେବାର ଦୁଇ ଦିନ ପୂର୍ବରୁ କିଛି ସିନେମା ହଲ୍ ରାମୁଙ୍କ ଫିଲ୍ମ ସ୍କ୍ରିନ କରିବାକୁ ମନା କରିଦେଇଛନ୍ତି ।

ମୁମ୍ବାଇ: ବୋଲ୍ଡ ବିଷୟ ଉପରେ ଚଳଚ୍ଚିତ୍ର ନିର୍ମାଣ ଏବଂ ଭିନ୍ନ ଏକ ଶୈଳୀ ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ତାଙ୍କର ଆଗାମୀ ଚଳଚ୍ଚିତ୍ର ଯୋଗୁଁ ଆଜିକାଲି ଅନେକ ଚର୍ଚ୍ଚାରେ ଅଛନ୍ତି । ରାମୁଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର 'ଖତରା ଡେଞ୍ଜରିୟସ୍' ଏପ୍ରିଲ 8 ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ରାମ ଗୋପାଳ ବର୍ମା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯେଉଁଥିପାଇଁ ସେ ଟ୍ୱିଟରରେ ଏକ ପୋଷ୍ଟ ଲେଖି ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଖତରା ଡେଞ୍ଜରିୟସ୍' ହେଉଛି ଲେସବିଆନ୍ କ୍ରାଇମ ଆକ୍ସନ୍ ଡ୍ରାମା । ଫିଲ୍ମ ରିଲିଜ ହେବାର ଦୁଇ ଦିନ ପୂର୍ବରୁ କିଛି ସିନେମା ହଲ୍ ରାମୁଙ୍କ ଫିଲ୍ମ ସ୍କ୍ରିନ କରିବାକୁ ମନା କରିଦେଇଛନ୍ତି । ଏହା ପରେ ରାମ ଗୋପାଳ ବର୍ମା ଟ୍ୱିଟ କରି ନିଜର କ୍ରୋଧକୁ ପ୍ରକାଶ କରିଛନ୍ତି।

Apsara Rani

ରାମ ଗୋପାଳ ବର୍ମା ଲେଖିଛନ୍ତି, PVR ସିନେମା ଏବଂINOX CINEMAS ମୋର ଚଳଚ୍ଚିତ୍ର 'ଖତରା ଡେଞ୍ଜରିୟସ୍'କୁ ସ୍କ୍ରିନ କରିବାକୁ ମନା କରିଦେଇଛି । କାରଣ ଫିଲ୍ମର ଥିମ୍ ଲେସବିୟାନ୍ (LESBIAN) । ଧାରା 377 ସୁପ୍ରିମକୋର୍ଟଙ୍କ ଦ୍ବାରା ଉଚ୍ଛେଦ ହେବା ପରେ ଏବଂ ଫିଲ୍ମଟି ସେନ୍ସର ବୋର୍ଡ ଦ୍ୱାରା ପାସ୍ ହେବା ପରେ ମଧ୍ୟ ଏହା ଘଟିଛି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ସେମାନେ #LGBT ସମ୍ପ୍ରଦାୟ ବିରୁଦ୍ଧରେ ଅଛନ୍ତି ।

ଫିଲ୍ମରେ ରହିଛି ବହୁତ ବୋଲ୍ଡ ସିନ

ସେନ୍ସର ବୋର୍ଡ ଏ (ଆଡଲ୍ଟ) ସାର୍ଟିଫିକେଟ୍ 'ଖତରା ଡେଞ୍ଜରିୟସ୍' ଫିଲ୍ମକୁ ଦେଇଛି । ରାମ ଗୋପାଳ ବର୍ମା ଏକ ଲେସବିୟାନ୍ କ୍ରାଇମ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଯାହାକି ଏହି ପ୍ରସଙ୍ଗରେ ଦେଶର ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ, ଲେସବିୟାନମାନଙ୍କ ମଧ୍ୟରେ ପ୍ରେମ ଏବଂ ଅତି ବୋଲ୍ଡ ଦୃଶ୍ୟକୁ ପ୍ରଦର୍ଶନ କରାଯାଇଛି । ତେଣୁ ଏହାକୁ ଏ ସାର୍ଟିଫିକେଟ୍ ସହିତ ସେନ୍ସର ବୋର୍ଡ ପାସ୍ କରିଛି ।

Apsara Rani

ଏହି ଚଳଚ୍ଚିତ୍ରରେ ଓଡିଆ ଝିଅ ଅପ୍ସରା ରାଣୀ ଏବଂ ନୌନା ଗାଙ୍ଗୁଲି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ରିଲିଜ୍ ହେବା ପୂର୍ବରୁ ମଧ୍ୟ ଏହି ଚଳଚ୍ଚିତ୍ରଟି ବହୁ ବିବାଦରେ ଥିଲା । ବୋଧହୁଏ ଏହି କାରଣରୁ ପ୍ରେକ୍ଷାଳୟଗୁଡ଼ିକ ଏହାକୁ ସ୍କ୍ରିନିଂ କରିବାକୁ ମନା କରି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+