ଅପେକ୍ଷାର ହେଲା ଅନ୍ତ, ରିଲିଜ୍ ହେଲା 'ଆଦିପୁରୁଷ' ଟ୍ରେଲର
Adipurush Trailer out: ସମସ୍ତେ ସାଉଥ୍ ସୁରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଫିଲ୍ମ 'ଆଦିପୁରୁଷ'ର ଟ୍ରେଲରକୁ ଅପେକ୍ଷା କରିଥିଲେ ଏବଂ ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି । ଶେଷରେ ଫିଲ୍ମ 'ଆଦିପୁରୁଷ'ର ଟ୍ରେଲର ଆଜି ରିଲିଜ୍ ହୋଇଛି ଅର୍ଥାତ୍ ୯ ମଇ ୨୦୨୩ ଦିନ । ଏହି ଚଳଚ୍ଚିତ୍ରରେ ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସୁଥିବା ବେଳେ କ୍ରିତି ସାନନଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବା ପାଇଁ ମିଳୁଛି ।

ହାଇଦ୍ରାବାଦରେ ଲଞ୍ଚ ହେଲା ଟ୍ରେଲର
ହାଇଦ୍ରାବାଦରେ ଫିଲ୍ମ 'ଆଦିପୁରୁଷ'ର ଟ୍ରେଲର ଲଞ୍ଚ ପାଇଁ ଏକ ଗ୍ରାଣ୍ଡ୍ ଇଭେଣ୍ଟର ଆୟୋଜିତ କରାଯାଇଥିଲା । ଯେଉଁଥିରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ । ଏହା ସହିତ ପ୍ରଶଂସକଙ୍କ ପାଇଁ ଟ୍ରେଲରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ମଧ୍ୟ ଆୟୋଜିତ ହୋଇଥିଲା । ଏହି ସ୍ୱତନ୍ତ୍ର ସ୍କ୍ରିନିଂ ପରେ ସୋସିଆଲ ମିଡିଆରେ ଏହି ବିଗ୍ ବଜେଟ୍ ଫିଲ୍ମର ଟ୍ରେଲର ଲିକ୍ ହୋଇଯାଇଥିଲା ହେଲେ ବର୍ତ୍ତମାନ ୟୁଟ୍ୟୁବରେ ଆନୁଷ୍ଠାନିକ ଭାବେ ଏହି ଫିଲ୍ମର ଟ୍ରେଲର ରିଲିଜ୍ କରାଯାଇଛି ।
'ରାମାୟଣ' ଉପରେ ଆଧାରିତ
ଏହି ଚଳଚ୍ଚିତ୍ରରେ ସନ୍ନି ସିଂ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଏବଂ ସୈଫ ଅଲ୍ଲୀ ଖାନ ଲଙ୍କେଶ ଅର୍ଥାତ୍ ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଆଦିପୁରୁଷ ଫିଲ୍ମର ଟ୍ରେଲରରେ ଦର୍ଶାଯାଇଛି ଯେ ଫିଲ୍ମର କାହାଣୀ 'ରାମାୟଣ' ଉପରେ ଆଧାରିତ। ଭଗବାନ ରାମଙ୍କ ବନବାସ, ସୀତାଙ୍କଠାରୁ ଅଲଗା ହେବା, ରାମ-ହନୁମାନଙ୍କ ଭେଟ, ଏବଂ ଶେଷରେ ରାବଣର ଦମନକୁ ନେଇ ସିନେମାର କାହାଣୀ ଗତିଶାଳ । ଏହି ଚଳଚ୍ଚିତ୍ରର VFX ପୂର୍ବଠାରୁ ଖୁବ୍ ଭିନ୍ନ ।

ନୂଆ VFX'କୁ ନେଇ ଚର୍ଚ୍ଚା
ଫିଲ୍ମର ଟ୍ରେଲରରେ ଅନେକ ଦୃଶ୍ୟରେ ପରିବର୍ତ୍ତନ କରାଯାଇଛି । ଯେପରି ମାତା ସୀତାଙ୍କ ଚିରିତ୍ରରେ ନଜର ଆସୁଥିବା କ୍ରିତି ସାନନଙ୍କ ମଥାରେ ସିନ୍ଦୁର ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି । ସମସ୍ତଙ୍କ ପୋଷାକ ମଧ୍ୟ ପୂର୍ବଠାରୁ ଭିନ୍ନ ରହିଛି । ଏହି ପରିବର୍ତ୍ତନଗୁଡିକ ଘଟିଛି କାରଣ ପୂର୍ବରୁ ଯେତେବେଳେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା ସେତେବେଳେ ଖୁବ ଟ୍ରୋଲର ଶିକାର ହୋଇଥିଲା ପୁରା ଫିଲ୍ମର ଟିମ୍ । ଲୋକମାନେ ଏହାର VFXକୁ ନିନ୍ଦା କରିଥିଲେ । ଯାହା ପରେ ସୋସିଆଲ ମିଡିଆରେ ବୟକଟ୍ ଆଦିପୁରୁଷ ଟ୍ରେଣ୍ତ ମଧ୍ୟ କରିଥିଲା । ବର୍ତ୍ତମାନ ସମସ୍ତ ପରିବର୍ତ୍ତନ କରିବା ପରେ ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଯାହା ଜିଣୁଛି ଦର୍ଶକଙ୍କ ମନ ।












Click it and Unblock the Notifications