Get Updates
Get notified of breaking news, exclusive insights, and must-see stories!

49ତମ ବିବାହ ବାର୍ଷିକୀ : ସୋସିଆଲ ମିଡିଆରେ ଫଟୋ ସେୟାର କଲେ ବିଗ ବି

ଆଜି ବଚ୍ଚନ ଦମ୍ପତ୍ତିଙ୍କ 49 ତମ ବିବାହ ବାର୍ଷିକୀ । ଏହି ଅବସରରେ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପତ୍ନୀ ଜୟା ବଚ୍ଚନଙ୍କ ସହ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି

ମୁମ୍ବାଇ: ଆଜି ବଚ୍ଚନ ଦମ୍ପତ୍ତିଙ୍କ 49 ତମ ବିବାହ ବାର୍ଷିକୀ । ଏହି ଅବସରରେ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପତ୍ନୀ ଜୟା ବଚ୍ଚନଙ୍କ ସହ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହ ସେମାନଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନ୍ତରରୁ ଧନ୍ୟବାଦ ଦେଇଛନ୍ତି ବିଗ ବି ।

marriage
ବିଗ ବି ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଏକ ଗୋଲ୍ଡେନ ସେରୱାନୀରେ ଥିବା ବେଳେ ଜୟା ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି ।
ସେ ଫଟୋର କ୍ୟାପସନ୍ ଦେଇଛନ୍ତି: "ଜୟା ଔର ମେରୀ ଭିଭାହ ଜୟନ୍ତୀ ପେ ଜୋ ସ୍ନେହ ଔର ଆଦର୍ଶ ପ୍ରଦାନ କିୟା ଗୟା ହେ ଉସ୍କେ ଲିଏ ହାଥ ଜୋଡକର ପ୍ରାଣମ କରତା ହୁଁ । ଧନ୍ୟବାଦ। ସବ କା ଉତ୍ତର ନା ଦେ ପାଇଙ୍ଗେ ଇସିଲି ୟାହାନ ପ୍ରତିକ୍ରିଆ, ପ୍ରତିଭାଚନ ସପ୍ତାହର କରେ (ଜୟା ଏବଂ ମୋତେ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇ ଥିବା ସମସ୍ତଙ୍କୁ ଧନ୍ୟବାଦ । ସମସ୍ତଙ୍କୁ ଉତ୍ତର ଦେବାକୁ ସମର୍ଥ ହେବି ନାହିଁ ଦୟାକରି ଏଠାରେ ମୋର କୃତଜ୍ଞତା ଗ୍ରହଣ କରନ୍ତୁ)। "

ଦୁହେଁ 'ଜଞ୍ଜିର', 'ସିଲସିଲା', 'ଚୁପକେ ଚୁପକେ', 'ଶୋଲେ' ଏବଂ 'କଭି ଖୁସି କଭି ଗମ୍' ଭଳି ଅନେକ ସଫଳ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଅମିତାଭ ପରବର୍ତ୍ତୀ ସମୟରେ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ । ଏପଟେ ଜୟା କରଣ ଜୋହରଙ୍କ ଫିଲ୍ମ 'ରକି ଔର ରାଣୀ କି ପ୍ରେମ କାହାନୀ'ର ସୁଟିଂରେ ବ୍ୟସ୍ତ ଅଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+