ଅପରେସନ ସିନ୍ଦୂର ଉପରେ ନିରବତା ଭାଙ୍ଗିଲେ ବିଗ୍ ବି,ଏକ୍ସରେ ଲେଖିଲେ.....
ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ, ଚଳଚ୍ଚିତ୍ର ଶିଳ୍ପର ଅନେକ ପ୍ରସିଦ୍ଧ କଳାକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। କିନ୍ତୁ ବିଗ୍ ବି ଏହି ସମ୍ପୂର୍ଣ୍ଣ ଘଟଣା ଉପରେ କିଛି ପୋଷ୍ଟ କରିନାହାଁନ୍ତି କିମ୍ବା କୌଣସି ସ୍ଥାନରେ କୌଣସି ବୟାନ ଦେଇନାହାଁନ୍ତି । ତେବେ ଏହାକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇଥିଲା । କିନ୍ତୁ ବର୍ତ୍ତମାନ ଅପେରସନ ସିନ୍ଦୂରକୁ ନେଇ ଭାରତୀୟ ସେନାଙ୍କୁ ପ୍ରସଂଶା କରିବା ସହିତ ଜୟ ହିନ୍ଦର ସ୍ଲୋଗାନ ଦେଇଛନ୍ତି ବଲିଉଡର ବିଗ ବି ଅମିତାଭ ବଚ୍ଚନ । ଅମିତାଭଙ୍କର ଏକ ପୋଷ୍ଟ ଏବେ ଭାଇରଲ ହେବାରେ ଲାଗିଛି ।
ତାଙ୍କର ସେହି ପୋଷ୍ଟରେ ପହଲଗାମ ଆକ୍ରମଣଠାରୁ ଆରମ୍ଭ କରି ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ଏକ ସମ୍ପୂର୍ଣ କବିତା ଲେଖିଥିବା ଦେଖିବାକୁ ମିଳିଛି । ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଛୁଟି କଟାଇବାକୁ ଯାଇଥିବା ସମୟରେ ରାକ୍ଷସ ସାଜି ସମସ୍ତଙ୍କ ଘର ସଂସାରକୁ ଛାରଖାର୍ କରିଦେଇଥିଲେ । ସ୍ତ୍ରୀମାନଙ୍କ ସ୍ବାମୀଙ୍କୁ ଉଲଗ୍ନ କରି ଗୁଳି ମାଡ କରି ସେମାନଙ୍କୁ ହତ୍ୟା କରିଦେଇଥିଲେ । ଏତିକି ନୁହେଁ ବରଂ ଲୋକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିଥିଲେ ।

ଆହୁରି ମଧ୍ୟ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସ୍ତ୍ରୀମାନେ ତାଙ୍କ ଗୋଡ ତଳେ ପଡି ସେମାନଙ୍କ ସ୍ବାମୀଙ୍କ ଜୀବନ ଭିକ୍ଷା କରିଥିଲେ । ହେଲେ ସେହି ରାକ୍ଷସ ଅନୁରୋଧ ନରଖି ଓଲଟା ନାନା ପ୍ରକାର ଧମକ ଦେଇଥିଲେ । ସ୍ତ୍ରୀମାନେ ତାଙ୍କ ସ୍ବାମୀଙ୍କ ମୃତ୍ୟୁକୁ ସହି ନପାରି ସେମାନଙ୍କୁ ମାରିଦେବକୁ କହିଥଲେ ମଧ୍ୟ ସେମାନେ ତାଙ୍କୁ ନ ମାରି ସ୍ତ୍ରୀ ଲୋକମାନଙ୍କୁ ବିଧବା କରିଦେଇଥିଲେ ।












Click it and Unblock the Notifications