ବିଗ୍ ବି @80: ସୋଶାଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ ସେୟାର କଲେ ଝିଅ ଶ୍ବେତା
ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନ ସୋଶାଲ ମିଡିଆରେ ତାଙ୍କ ପିତାଙ୍କ ସହ କିଛି ଫଟୋ ସେୟାର କରିବା ସହିତ ଏକ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ ଲେଖିଛନ୍ତି।
ମୁମ୍ବାଇ: ଆଜି ଅଭିନେତା ଅମିତାଭ ବଚ୍ଚନ 80 ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ଶୁଭେଚ୍ଛା। ଏଥିସହିତ ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନ ସୋଶାଲ ମିଡିଆରେ ତାଙ୍କ ପିତାଙ୍କ ସହ କିଛି ଫଟୋ ସେୟାର କରିବା ସହିତ ଏକ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ ଲେଖିଛନ୍ତି।

ସାଧାରଣ ଦର୍ଶକଙ୍କ ଠାରୁ ନେଇ ବଲିଉଡ ସେଲିବ୍ରିଟି ସମସ୍ତେ ବିଗ ବି ଙ୍କୁ ଅନେକ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି । କିଛି ଫ୍ୟାନ୍ସ ତ ଅଭିନେତାଙ୍କ ମୁମ୍ବାଇସ୍ଥିତ ବାସଭବନ ସାମନାରେ ଆସି କାଲି ରାତିରେ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି । କେବଳ ବଲିଉଡ ନୁହେଁ ସାଉଥର କିଛି ଅଭିନେତା ମଧ୍ୟ ଅମିତାଭ ବଚ୍ଚନଙ୍କୁ ତାଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।












Click it and Unblock the Notifications