ସାମ୍ବାଦିକ ସାଜି ଅଭିନେତ୍ରୀ ଭୂମି ପେଡ୍ନେକର ଦେବେ ନ୍ୟାୟ
ସାମ୍ବାଦିକ ସାଜି ଅଭିନେତ୍ରୀ ଭୂମି ପେଡ୍ନେକର ଦେବେ ନ୍ୟାୟ
ମୁମ୍ବାଇ: ନିଜ ଅଭିନୟରେ ଦର୍ଶକଙ୍କୁ ଇମପ୍ରେସ କରୁଥିବା ଅଭିନେତ୍ରୀ ଭୂମି ପେଡ୍ନେକର ପୁଣି ଏକ ରୋମାଞ୍ଚକ କାହାଣୀ ନେଇକି ଆସୁଛନ୍ତି । ୨୦୧୫ ମସିହାରେ 'ଦମ୍ ଲଗା କେ ହୈଶା' ଜରିଆରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ । ଯେଉଁଥିରେ ତାଙ୍କର ସୁନ୍ଦର ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ସିନେପ୍ରେମୀ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ବକ୍ସ ଅଫିସ୍ରେ ବି ଫିଲ୍ମଟି ଭଲ ଆୟ କରିଥିଲା । ଏହି ଫିଲ୍ମ ପରଠୁ ଅନେକ ହିଟ୍ ଫିଲ୍ମରେ ଭୂମିଙ୍କୁ ଦେଖିବା ପାଇଁ ମିଳିଥିଲା ।

ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଟୟଲେଟ୍: ଏକ ପ୍ରେମ କଥା'ରେ ଅଭିନେତ୍ରୀଙ୍କର ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳିଥିଲା । ସେହିପରି ଶୁଭ ମଙ୍ଗଳ ସାବଧାନ, ଷାଣ୍ଢ କି ଆଖଁ , ବଧାଇ ଦୋ ପରି ଫିଲ୍ମ କରି ଭୂମି ପ୍ରାୟତଃ ସମାଜକୁ ଏକ ଖାସ ସାମାଜିକ ବାର୍ତ୍ତା ଦେଇ ଆସିଛନ୍ତି ।
ଆଗକୁ ଭୂମିଙ୍କୁ ଫିଲ୍ମ 'ଭକ୍ଷକ'ରେ ଦେଖିବାକୁ ମିଳିବ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସେ ଜଣେ ସାମ୍ବାଦିକାଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ଜଣେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧକୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କୁ ଖୁବ କଷ୍ଟ କରିବା ପାଇଁ ପଡୁଛି । ଅନେକ ପ୍ରତିବନ୍ଧକ ସତ୍ୱେ କିଭଳି ମହିଳାଙ୍କୁ ନ୍ୟାୟ ମିଳିବ ସେଥିଲାଗି ନିରନ୍ତର ଉଦ୍ୟମ ଯାରି ରଖିଛନ୍ତି ଅଭିନେତ୍ରୀ ଏହାକୁ ନେଇ ଫିଲ୍ମର କାହାଣୀ ଗତିଶିଳ । ଫିଲ୍ମରେ ଭୂମିଙ୍କ ଛଡା ଭେଟେରାନ୍ ଅଭିନେତା ସଞ୍ଜୟ ମିଶ୍ରା, ସାଇ ତମହାନ୍କର ଓ ଆଦିତ୍ୟ ଶ୍ରୀବାସ୍ତବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ପୁଲକିତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଶାହରୁଖ୍ଙ୍କର ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ ବ୍ୟାନର ତଳେ ପ୍ରସ୍ତୁତ ହେଉଛି ଏହି ସିନେମା । ଯାହା ଆଗାମୀ ଡିସେମ୍ବର ୧୧ ତାରିଖରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।












Click it and Unblock the Notifications