ଜାଣନ୍ତୁ କାହାକୁ ଡେଟ୍ କରୁଛନ୍ତି ଅଭିନେତ୍ରୀ ଭୁମି ପେଡନେକର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ହେବ ଅଭିନେତ୍ରୀଙ୍କୁ ନିଜ ବୟଫ୍ରେଣ୍ତ ୟଶ କଟାରିଆଙ୍କ ସହ ଅନେକ ସ୍ଥାନରେ ଦେଖିବା ପାଇଁ ମିଳୁଛି । କେବେ ଏୟାରପୋର୍ଟରେ ତ ପୁଣି କେବେ ଡିନର ଡେଟରେ ଏହି ଯୋଡିକୁ ଏକାଠି ସ୍ପଟ୍ କରାଯାଉଛି । ଯାହାର ଭିଡିଓ ଏବେ ସୋସିଆସଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରାୟ ଚାରିମାସ ପୂର୍ବରୁ ଭୁମି ପେଡନେକର ତାଙ୍କ ପ୍ରେମିକଙ୍କୁ ଗାଡି ଭିତରେ କିସ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ଅଭିନେତ୍ରୀ ନିଜ ପ୍ରେମ ସମ୍ପର୍କକୁ ପ୍ରାୟତଃ ଲାଇମଲାଇଟରେ ଅଛନ୍ତି । ଏହା ପରେ ମୁମ୍ବାଇ ବିମାନବନ୍ଦରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଉଭୟ କ୍ୟାମେରାଠୁ ଲୁଚିବା ପାଇଁ ଚେଷ୍ଟା କରିଥିଲେ । ଏବେ ପୁଣି ଉଭୟଙ୍କୁ ଏକାଠି ଡିନର ଡେଟରେ ଦେଖିବା ପାଇଁ ମିଳିଥିଲା ଯାହା ପରେ ହେଡଲାଇନ୍ ରହିଛି ଭୁମିଙ୍କ ପ୍ରେମ ।

ନିକଟରେ ଏକ ଭିଡିଓରେ ମୁମ୍ବାଇର ରାସ୍ତାରେ ଭୁମି ନିଜ ବୟଫ୍ରେଣ୍ତଙ୍କ ସହ ଏକାଠି ନଜର ଆସିଥିଲେ । ଏହି ସମୟରେ ଉଭୟଙ୍କୁ କଳା ପୋଷାକରେ ଦେଖିବା ପାଇଁ ମିଳିଥିଲା । ଦୁହେଁ ଏକାଠି ମିଡିଆ ପାଇଁ ପୋଜ୍ ମଧ୍ୟ କରିଥିଲେ । ଭୁମି ଏବଂ ୟଶଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ଏହା ଉପରେ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, ଉଭୟ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି ଏବଂ ସେମାନେ ଏକ ସିରିୟସ୍ ରିଲେସନସିପରେ ଅଛନ୍ତି ।
ୟଶ କଟାରିଆ ଏବଂ ଭୁମି ପେଡନେକର ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ଫଲୋ କରନ୍ତି । ତେହେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ୟଶ କଟାରିଆ ଜଣେ ବ୍ୟବସାୟୀ ଏବଂ ବଲିଉଡ ସହିତ ତାଙ୍କର ଖାସ ସମ୍ପର୍କ ରହିଛି । ୟଶ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀଙ୍କର ଖାସ ବନ୍ଧୁ ।












Click it and Unblock the Notifications