ଏଥର ଲେଡି କିଲର ସାଜିବେ ଅଭିନେତ୍ରୀ ଭୂମି !

ଏଥର ଲେଡି କିଲର ସାଜିବେ ଅଭିନେତ୍ରୀ ଭୂମି !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୂମି ପେଡ୍‌ନେକର । ୨୦୧୫ରେ ପ୍ରଥମ ଥର 'ଦମ୍‌ ଲଗା କେ ହୈ ସା' ଫିଲ୍ମ ଜରିଆରେ ବଲିଉଡରେ ପାଦ ଦେଇଥିଲେ । ଯାହା ପରଠୁ ଅନେକ ସିନେମାରେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ । ବରର୍ତ୍ତମାନ ସେ ବି-ଟାଉନ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ।

Bhumi Pednekar

ଏବେ ପୁଣି ଆଉ ଏକ ଡିଫରେଣ୍ଟ ଅବତାରରେ ନଜର ଆସିବେ ଭୂମି । ତାଙ୍କ ଆଗାମୀ ଫିଲ୍ମ 'ଦ ଲେଡି କିଲର'କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସିନେମାରେ ସେ ପ୍ରଥମ ଥର ଅର୍ଜୁନ କପୁରଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଏହି ଫିଲ୍ମକୁ ନେଇ ଏକ ସାକ୍ଷାତକାରରେ ଭୂମି କହିଛନ୍ତି, 'ଦ ଲେଡି କିଲର'ର ସ୍କ୍ରିପ୍‌ଟ ଅତ୍ୟନ୍ତ ଚମତ୍କାର । ଏଥିରେ ସସ୍‌ପେନ୍ସ, ଡ୍ରାମା ଦେଖିବା ପାଇଁ ମିଳିବ, ଫିଲ୍ମରେ ମୋର ଭୂମିକା ବେଶ୍ ଚ୍ୟାଲେଞ୍ଜିଂ' । ଆଜି ପର୍ଯ୍ୟନ୍ତ ମୁଁ ଯେତେ ଭୂମିକାରେ ଅଭିନୟ କରିଛି ଏହି ଭୂମିକା ସବୁଠୁ ଭିନ୍ନ, ଆଶା କରୁଛି ଦର୍ଶକଙ୍କୁ ପସନ୍ଦ ଆସିବ ।

ଏହି ଫିଲ୍ମକୁ ଭୂଷଣକୁମାର ଓ ଶୈଳେଶ ଆର୍‌ ସିଂହ ପ୍ରଯୋଜନା କରୁଥିବା ବେଳେ ଅଜୟ ବହଲ ନିର୍ଦ୍ଦେଶନା ଦେଉଛନ୍ତି । ସେହିପରି ଆଗକୁ ଅନେକ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଭୂମି ଗୋବିନ୍ଦା ନାମ ମେରା, ସୁଧୀର ମିଶ୍ରାଙ୍କର ଅଫ୍‌ୱା ଅନୁଭବ, ଭିଡ୍‌, ଥ୍ୟାଙ୍କ୍‌ ୟୁ ଫର କମିଙ୍ଗ ପରି ସିନେମାରେ ନଜର ଆସିବେ ଭୂମି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+