230 କୋଟି ରୋଜଗାର କଲାଣି ଭୁଲ ଭୁଲୟାଁ 2
ଏହା ମଧ୍ୟରେ ଗୋଟିଏ ମାସ ବିତି ଯାଇଛି। କିନ୍ତୁ ଏବେ ବି ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ଫିଲ୍ମ । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା 230.75 କୋଟି ଟଙ୍କା ରୋଜଗାର କରିଛି ।
ମୁମ୍ବାଇ: ଗତ ମାସ ମେ 20ରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା ଫିଲ୍ମ ଭୁଲ୍ ଭୁଲେୟାଁ 2 । ଏହା ମଧ୍ୟରେ ଗୋଟିଏ ମାସ ବିତି ଯାଇଛି। କିନ୍ତୁ ଏବେ ବି ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ଫିଲ୍ମ ।

କାର୍ତ୍ତିକ ଆର୍ଯ୍ୟନ୍ ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମର ଓ୍ବାର୍ଲ୍ଡ ଓ୍ବାଇଡ୍ କଲେକ୍ସନ ସହ ଜଡିତ ଏକ ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା 230.75 କୋଟି ଟଙ୍କା ରୋଜଗାର କରିଛି । ଏହି ପୋଷ୍ଟର ସେୟାର କରି କାର୍ତ୍ତିକ ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଲେଖିଛନ୍ତି- "ଭୁଲ୍ ଭୁଲେୟାଁ 2 ଏବେ ବି ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଲାଗିଛି, ଏବଂ ଯଦି ଦୂରରେ ବି ଅଛି, ତାହାଲେ ବି ନିଶ୍ଚୟ ଯାଆନ୍ତୁ ବୋଲି କହିଛନ୍ତି ଆର୍ଯ୍ୟାନ।

ଭୁଲ୍ ଭୁଲେୟାଁ 2ର ସଫଳତା ଦେଖି ନିକଟରେ ଫିଲ୍ମର ନିର୍ମାତା ଭୂଷଣ କୁମାର କାର୍ତ୍ତିକ ଆର୍ଯ୍ୟନଙ୍କୁ ମ୍ୟାକଲେରେନ ଜିଟି କାର୍ ଉପହାର ଦେଇଛନ୍ତି । ଯେଉଁଥି ପାଇଁ ଅଭିନେତା ଅନେକ ଚର୍ଚ୍ଚାରେ ମଧ୍ୟ କରିଥିଲେ । ଏହା ଏକ ବିଳାସପୂର୍ଣ୍ଣ କାର, ଯାହାର ମୂଲ୍ୟ ପାଖାପାଖି 4 କୋଟି ଟଙ୍କା । ସବୁଠାରୁ ଖାସ୍ ବିଷୟ ହେଉଛି, ଏହି ଉପହାର ପାଇବା ପରେ କାର୍ତ୍ତିକ ଆର୍ଯ୍ୟନ୍ ଭାରତରେ ପ୍ରଥମ ବ୍ୟକ୍ତି, ଯାହାଙ୍କ ପାଖରେ ଏହି ବିଳାସପୂର୍ଣ୍ଣ କାର୍ ଅଛି ।












Click it and Unblock the Notifications