ରିଲିଜ୍ ହେଲା 'Bhool Bhulaiyaa 3'ର ଜବରଦସ୍ତ ଟ୍ରେଲର୍
Bhool Bhulaiyaa 3 Trailer Out: କାର୍ତ୍ତିକ ଆର୍ଯ୍ୟନ ଏବଂ ତ୍ରିପତି ଡିମ୍ରି ଅଭିନୀତ 'Bhool Bhulaiyaa 3' ଜବରଦସ୍ତ ଟ୍ରେଲର ରିଲିଜ୍ ହୋଇଯାଇଛି । ପୁଣି କାର୍ତ୍ତିକଙ୍କୁ 'ରୁହ ବାବା'ସାଜି ବଲିଉଡରେ ରାଜ କରିବାକୁ ଆସିଯାଇଛନ୍ତି । ଏହି ଫିଲ୍ମରେ ତ୍ରିପତି ଡିମ୍ରି, ବିଦ୍ୟା ବାଲନ୍ ଏବଂ ତାଙ୍କ ସାଥୀ ମାଧୁରୀ ଦୀକ୍ଷିତଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ଅନିସ୍ ବାଜମିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ହୋଇଛି ।
କାର୍ତ୍ତିକ ଆର୍ଯ୍ୟନ 'Bhool Bhulaiyaa 3' 'ର ବହୁ ପ୍ରତୀକ୍ଷିତ ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଏହା ସହିତ ଫିଲ୍ମକୁ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ଏହି ଦୀପାବଳିରେ ପୁଣି କମେଡି, ହରର ଫିଲ୍ମ ସିନେମା ଇଣ୍ତଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବା ପାଇଁ ଯାଉଛି । ମେକର୍ସଙ୍କ ଆଶା ଏଥର ମଧ୍ୟ ଏହି ଫିଲ୍ମ ଦର୍ଶକଙ୍କ ମନ ଜିଣିବାରେ ସଫଳ ହେବ ।

ଟ୍ରେଲରରେ କାର୍ତ୍ତିକଙ୍କ ବାବା ଭାବରେ ଦେଖିବା ପାଇଁ ମିଳୁଛି । ତାଙ୍କ ମଜାଳିଆ ବ୍ୟକ୍ତିତ୍ୱ ଏବଂ ହାସ୍ୟ ଅଭିନୟ ପାଇଁ ଟ୍ରେଲରକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି । ଏହି ଚଳଚ୍ଚିତ୍ରରେ ପ୍ରଥମ ଭାଗରେ ମଞ୍ଜୁଲିକା ଭୂମିକାରେ ଅଭିନୟ କରିଥିବା ବିଦ୍ୟା ବାଲାନ ମଧ୍ୟ ନଜର ଆସୁଛନ୍ତି । ବିଦ୍ୟା ବାଲାନଙ୍କ ଅଭିନୟ ଉକ୍ତ ଚଳଚ୍ଚିତ୍ରରେ ଚାର ଚାନ୍ଦ ଲଗାଇଥିଲା କିନ୍ତୁ ଏଥର, ଫ୍ରାଞ୍ଚାଇଜ୍ ଆହୁରି ଅଧିକ ଟ୍ୱିଷ୍ଟ୍ ଏବଂ ରୋମାଞ୍ଚକର ମୂହୁର୍ତ୍ତ ସହିତ ଚଳଚ୍ଚିତ୍ରର କାହାଣୀକୁ ନେଇ ବଡ଼ ପରଦାକୁ ଫେରିଛି ।
ଟ୍ରେଲରରେ ରୁହ ବାବା ଏବଂ ମଞ୍ଜୁଲିକାଙ୍କ ମଧ୍ୟରେ ଲଢେଇ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଫିଲ୍ମ ପାଇଁ ପ୍ରଶଂସକମାନଙ୍କ ଉତ୍ସାହ ବଢାଇ ଦେଇଛି ଚମତ୍କାର ଭିଜୁଆଲ୍ ଏବଂ ଏକ ଆକର୍ଷଣୀୟ କାହାଣୀ ସହିତ 'Bhool Bhulaiyaa 3' ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିବା ମେକର୍ସ ଆଶା କରିଛନ୍ତି । ରୁହ ବାବାଙ୍କ ମଜାଳିଆ ଅନ୍ଦାଜ୍ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛି ଟ୍ରେଲରକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି । 'Bhool Bhulaiyaa2 'ଏହି ଚଳଚ୍ଚିତ୍ର କେବଳ 266 କୋଟି ଟଙ୍କା ରୋଜଗାର ସହିତ ଏକ ରେକର୍ଡ ସୃଷ୍ଟି କରିନାହିଁ, ବରଂ 2022 ର ଚତୁର୍ଥ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ରରେ ପରିଣତ ହୋଇଛି ।
'Bhool Bhulaiyaa 3' ର ଷ୍ଟାର୍ କାଷ୍ଟ୍ ମଧ୍ୟ ଏଥର ଜବରଦସ୍ତ ରହିଛି । ଫିଲ୍ମରେ ଅନେକ ଟ୍ୱିଷ୍ଟ ଦେଖିବା ପାଇଁ ମିଳିବ । ଏହି ଫିଲ୍ମଟି ନଭେମ୍ବର 1, 2024 ରେ ବଡ଼ ପରଦାରେ 0 ରିଲିଜ୍ ହେବା ପାଇଁ ଯାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ












Click it and Unblock the Notifications