ଏହି ତାରିଖରେ ରିଲିଜ୍ ହେବା 'Bhool Bhulaiyaa 3', କାର୍ତ୍ତିକ ଆର୍ଯ୍ୟନ ଦେଲେ ସୂଚନା
Bhool Bhulaiyaa 3: ବଲିଉଡର ପ୍ରସିଦ୍ଧ ହରର-କମେଡି ଚଳଚ୍ଚିତ୍ର 'Bhool Bhulaiyaa 3'ର ସୁଟିଂ ଆରମ୍ଭ ହୋଇଯାଇଛି । 2022 ମସିହାରେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର 'Bhool Bhulaiyaa 2' ଏକ ସୁପରହିଟ୍ ଚଳଚ୍ଚିତ୍ର ଭାବେ ପ୍ରମାଣିତ ହୋଇଥିଲା । 2023ରେ ଏହି ଫିଲ୍ମର ପାର୍ଟ ୩ ନେଇ ଘୋଷଣା କରାଯାଇଥିଲା । ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନ୍ ଫିଲ୍ମର ତୃତୀୟ ସଂସ୍କରଣର ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଥର, ବିଦ୍ୟା ବାଲନଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ ।

'Bhool Bhulaiyaa 3' ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ ପୁଣି ଥରେ 'ରୁହ ବାବା' ଅବତାରରେ ଦେଖିବା ପାଇଁ ମିଳିବେ ଏବଂ ସେ ଏକ ଭୟଙ୍କର ମାମଲାର ସମାଧାନ କରୁଥିବାର ନଜର ଆସିବେ । ତେବେ ଚାଲନ୍ତୁ ଜାଣିବା ଏହି ଫିଲ୍ମ କେତେ ତାରିଖରେ ରିଲିଜ୍ ହେବ ।
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ 'Bhool Bhulaiyaa 3'କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ସେ ଏହି ଫିଲ୍ମର ପ୍ରଥମ ଏବଂ ଦ୍ୱିତୀୟ ଭାଗର 'ମେରେ ଢୋଲନା'ଗୀତ ସେୟାର କରିଛନ୍ତି ଏହାର କ୍ୟାପସନରେ ଲେଖିଛନ୍ତି 'ବର୍ତ୍ତମାନ ଏହା ହେଉଛି ଏବଂ ମଞ୍ଜୁଲିକା ଫେରିବା ପାଇଁ ଯାଉଛନ୍ତି । ଏହାସହ ସେ ବିଦ୍ୟା ବାଲନଙ୍କୁ ମଧ୍ୟ ସ୍ୱାଗତ କରିଛନ୍ତି । ଏହା ସହ ସେ କହିଛନ୍ତି, ଚଳିତ ବର୍ଷ ଦିପାବଳୀରେ 'Bhool Bhulaiyaa 3'ରିଲିଜ୍ ହେବ ।
ଫିଲ୍ମ 'Bhool Bhulaiyaa 2' 2022 ମସିହାରେ ମୁକ୍ତିଲାଭ କରିଥିଲା, ଯାହା 100 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହି ସିନେମାରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହାପୂର୍ବରୁ, 2007 ମସିହାରେ ଫିଲ୍ମ 'Bhool Bhulaiyaa' ମୁକ୍ତିଲାଭ କରିଥିଲା ଯାହା ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ଅକ୍ଷୟ କୁମାର, ବିଦ୍ୟା ବାଲନ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
ଅକ୍ଷୟ କୁମାର, ଜ୍ୟୋତି ଅହୁଜା, ରାଜପାଲ ଯାଦବ, ପରେଶ ରାୱଲ ଏବଂ ବିଦ୍ୟା ବାଲାନଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ବିଦ୍ୟା ବାଲାନ୍ ସେହି ଚଳଚ୍ଚିତ୍ରରେ ମଞ୍ଜୁଲିକା ଭୂମିକାରେ ଅଭିନୟ କରିଥିଲେ ଏବଂ 'Bhool Bhulaiyaa 3'ରେ ମଧ୍ୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ପୁଣି ମଞ୍ଜୁଲିକା ଭୂମିକାରେ ଦେଖିବା ପାଇଁ ମିଳିବ । ଦୀପାବଳି 2024 ରେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ୍, ବିଦ୍ୟା ବାଲାନ୍, ରାଜପାଲ ଯାଦବ, କିଆରା ଆଡଭାନୀଙ୍କ ଭଳି ଷ୍ଟାରମାନେ ନଜର ଆସିବା ନେଇ ସୂଚନା ରହିଛି ।












Click it and Unblock the Notifications