Get Updates
Get notified of breaking news, exclusive insights, and must-see stories!

Bhool Bhulaiyaa 3: ଭୁଲ ଭୁଲେୟା ୩'ରେ ଓଡ଼ିଆ ପୁଅ ରାଜ କିଶୋରଙ୍କ କମାଲ

ଚର୍ଚ୍ଚାରେ ଓଡ଼ିଆ ପୁଅ ରାଜ କିଶୋର ହୋତା । ବଲିଉଡରେ ନିଜର କମାଲ୍ ଦେଖାଇ ଏବେ ଶିରୋନାମାରେ ରହିଛନ୍ତି ରାଜ କିଶୋର । ଦୀୱାଲି ଅବସରରେ ରିଲିଜ ହୋଇଥିବା ଫିଲ୍ମ 'ଭୁଲ ଭୁଲେୟା 3'ରେ ନିଜ ଯାଦୁ ଦେଖାଇଛନ୍ତି ଓଡ଼ିଆ ପୁଅ ରାଜ କିଶୋର । ଏହି ଫିଲ୍ମରେ ସେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର (ସହ ନିର୍ଦ୍ଦେଶକ) ଭାବେ କାମ କରି ଏବେ ଚର୍ଚ୍ଚାରେ ରହିଛନ୍ତି ।

ଓଡ଼ିଶା ମାଟିର ଅନେକ କଳାକାର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୂର୍ବରୁ ନାଁ କମାଇଥିବା ବେଳେ ବର୍ତ୍ତମାନ ଏହି ତାଲିକାରେ ରାଜ କିଶୋରଙ୍କ ନାଁ ମଧ୍ୟ ଯୋଡ଼ି ହୋଇଛି । 'ଭୁଲ ଭୁଲେୟା 3' ଭଳି ସଫଳ ଫିଲ୍ମ ତଥା ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ କିଶୋର ନିଜ ଦକ୍ଷତା ପ୍ରଦର୍ଶନ କରି ଆଜି ନିଜ ଜିଲ୍ଲା ତଥା ସାରା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

Bhool Bhulaiyaa 3

ନିକଟରେ ରିଲିଜ ହୋଇଥିବା 'ଭୁଲ ଭୁଲେୟା 3'ରେ କମାଲ କରିଛନ୍ତି ସେ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ, ତିପ୍ତୀ ଡିମ୍ରି ଏଭିନୟ କରିଥିବା ବେଳେ ନିର୍ଦ୍ଦେଶକ ଅନିସ ବାଜମୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ହରର କମେଡି ଫିଲ୍ମ ହୋଇଥିବା ବେଳେ କାର୍ତ୍ତିକ-ବିଦ୍ୟା ଷ୍ଟାରର ପିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିଅରର ସଫଳ ଫିଲ୍ମ ଭାବେ ପରିଗଣିତ । ତେବେ ଏହି ଫିଲ୍ମର ସଫଳତା ପଛରେ ଓଡ଼ିଶା ସୋନପୁର ଜିଲ୍ଲାର ରାଜ କିଶୋର ହୋତାଙ୍କ ମଧ୍ୟ ହାତ ରହିଛି ।

ତେବେ ବର୍ତ୍ତମାନ 'ଭୁଲ ଭୁଲେୟା 3' ସାରା ଦେଶରେ ଧମାକା କରିଥିବା ବେଳେ ଫିଲ୍ମକୁ ନେଇ ନିଜର ଅଭିଜ୍ଞତା ଏବଂ ବଲିଉଡରେ କିପରି ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଗାମୀ ଦିନରେ କ'ଣ ଲକ୍ଷ୍ୟ ରହିଛି ସେନେଇ ଇଟିଭି ଭାରତ ସହ ସ୍ୱତନ୍ତ୍ର ବାର୍ତ୍ତାଳାପ କରିଛନ୍ତି ସହ ନିର୍ଦ୍ଦେଶକ ରାଜ କିଶୋର ହୋତା ।

ବଲିଉଡରେ କେମିତି ଯାତ୍ରା ଆରମ୍ଭ କଲେ ?

ସିନେ ଇଣ୍ଡଷ୍ଟ୍ରିରେ କାମ କରିବାର ଇଚ୍ଛା ତାଙ୍କୁ ମୁମ୍ୱାଇକୁ ଟାଣି ନେଇଥିଲା । ସେ 16 ବର୍ଷ ଧରି ସିନେ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହେବା ସହ ବିଭିନ୍ନ ସିରିଏଲ ଏବଂ ଫିଲ୍ମରେ କାମ କରିଛନ୍ତି । ବଲିଉଡ ଯାତ୍ରା ନେଇ ରାଜ କିଶୋର ହୋତା କହିଛନ୍ତି, ''ମୁଁ 2008ରେ ମୁମ୍ୱାଇ ପହଞ୍ଚିଥିଲେ । ସେହି ସମୟରେ ମୁଁ ସିନେମାଟାଗ୍ରାଫି ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ଆସିଥିବା 'କାହାନୀ ଘର ଘର କି', 'ଉତ୍ତରନ', 'ବାଲିକା ବଧୂ' ଭଳି ଟିଭି ସିରିଏଲରେ ସିନେମାଟୋଗ୍ରାଫି ଭାବେ କାମ ଆରମ୍ଭ କରିଥିଲେ । ପରେ 2010 ରେ 'I Am Kalam' ଫିଲ୍ମ ସହ ମୁଁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ମୁଁ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ ମୋର ଏହି ପ୍ରଥମ ଫିଲ୍ମ କରିଥିଲେ । ଏହା ପରେ ମୋର ନିର୍ଦ୍ଦେଶନାରେ ଯାତ୍ରା ଆରମ୍ଭ କରିଛିଲନ୍ତି । ମୁଁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଡ୍ରିମ ଗାର୍ଲ 2' କରିଥିଲେ । ଏହା ପରେ ଏବେ 'ଭୁଲ ଭୁଲେୟା 3' ରେ କାମ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+