ଜବରଦସ୍ତ ଆୟ କରୁଛି କାର୍ତ୍ତିକ୍ ଆର୍ଯ୍ୟନଙ୍କ ଫିଲ୍ମ 'Bhool Bhulaiyaa 3'
Bhool Bhulaiyaa 3: ଦୀର୍ଘ ଦିନର ଅପେକ୍ଷା ପରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଚଳଚ୍ଚିତ୍ର 'Bhool Bhulaiyaa 3' ପରଦାରେ ମୁକ୍ତିଲାଭ କରିଛି। ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ବକ୍ସ ଅଫିସରେ ଖୁବ୍ ଭଲ ଓପନିଂ କରିଛି। ଯାହା ଫଳରେ ଏହି ଫିଲ୍ମଟି 'କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ସର୍ବାଧିକ ଓପନିଂ ସିନେମା ହୋଇ ପାରିଛି ।

ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ୍' ସହିତ କ଼ଡା ଟକ୍କର ସତ୍ତ୍ୱେ ଏହି ସିନେମାଟି କୋଟି କୋଟି ଟଙ୍କା ବ୍ୟବସାୟ କରିବାରେ ସଫଳ ହୋଇଛି । SACNL ତଥ୍ୟ ଅନୁଯାୟୀ, ' ଭୁଲ ଭୁଲେୟା ୩ ' ପ୍ରଥମ ଦିନରେ 19.22 କୋଟି ଟଙ୍କା ଆଗୁଆ ବୁକିଂ କରିସାରିଛି। ରିଲିଜ୍ ହେବା ପରେ ଫିଲ୍ମ ବକ୍ସ ଅଫିସରେ 35.50 କୋଟି ଟଙ୍କାର ଆୟ କରିଛି ।
ଭୁଲ ଭୁଲେୟା ୩ 'ଦୀପାବଳିରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଦର୍ଶକ ମାନେ ଏହି ଫିଲ୍ମର କାହାଣୀ, ଷ୍ଚାରକାଷ୍ଟ ସବୁ କିଛିକୁ ବେଶ୍ ପସନ୍ଦ କରୁଛନ୍ତି । ଏହି ଚଳଚ୍ଚିତ୍ର କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ସର୍ବୋଚ୍ଚ ଓପନିଂ ଫିଲ୍ମ ହୋଇପାରିଛି । 2022 ମସିହାରେ ମୁକ୍ତିଲାଭ କରିଥିବା 'ଭୁଲ ଭୁଲେୟା' ପ୍ରଥମ ଦିନରେ 14.11 କୋଟି ଟଙ୍କା ଆୟ କରିଥିଲା ।
କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଭୁଲ ଭୁଲେୟା ୩' 'ଅଜୟ ଦେବଗନଙ୍କ ଅଭିନୀତ'singham again 'ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସିଂଘମ ଏଗେନ୍ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ରିଲିଜ ହେବାର ପ୍ରଥମ ଦିନରେ' ଭୁଲ ଭୁଲେୟା ୩ '35.50 କୋଟି ଟଙ୍କା ରୋଜଗାର କରିଥିବାବେଳେ ଅଜୟ ଦେବଗନଙ୍କ ଫିଲ୍ମ 43.50 କୋଟି ଟଙ୍କାରେ ଖାତା ଖୋଲିଛି ।
'ଭୁଲ ଭୁଲେୟା ୩' ହେଉଛି 2007 ଚଳଚ୍ଚିତ୍ର ଭୁଲ ଭୁଲେୟାର ସିକ୍ୱେଲ୍ ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଚଳଚ୍ଚିତ୍ରର ଦ୍ୱିତୀୟ ସିକ୍ୱେଲ 2022 ମସିହାରେ ଆସିଥିଲା ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟ ଅକ୍ଷୟ କୁମାରଙ୍କ ସ୍ଥାନ ନେଇଥିଲେ । 'ଭୁଲ ଭୁଲେୟା ୩'ରେ କାର୍ତ୍ତିକ୍ ଆର୍ଯ୍ୟନ,ବିଦ୍ୟା ବାଲନ୍, ମାଧୁରୀ ଦୀକ୍ଷିତ ଏବଂ ରାଜପାଲ ଯାଦବଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ ।












Click it and Unblock the Notifications