'ସିଙ୍ଘମ ଏଗେନ୍'ଓ 'Bhool Bhulaiyaa 3' ମେକର୍ସଙ୍କ ମଧ୍ୟରେ ବିବାଦ

Bhool Bhulaiyaa 3: ଏହି ଦିପାବଳୀ ଅବସରରେ ଦୁଇଟି ବଡ଼ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'Bhool Bhulaiyaa 3' 'ଏବଂ ଅଜୟ ଦେବଗନଙ୍କ ଫିଲ୍ମ 'Singham Again' ନଭେମ୍ବର ୧'ରେ ମୁକ୍ତିଲାଭ କରିବା ପାଇଁ ଯାଉଛି। ଉଭୟ ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ନିର୍ମାତାମାନଙ୍କ ମଧ୍ୟରେ ଅଧିକ ପରଦାକୁ ନେଇ ଅନେକ ବିବାଦ ଲାଗି ରହିଛି। ଅନ୍ୟପଟେହ ହରର୍ କମେଡି ଚଳଚ୍ଚିତ୍ର 'Bhool Bhulaiyaa 3' 'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଚାଲନ୍ତୁ ଜାଣିବା 'Bhool Bhulaiyaa 3'ର ପ୍ରଥମ ଦିନ ପାଇଁ କେତେ ଟିକେଟ୍ ବୁକ୍ ହୋଇଛି ।

'Bhool Bhulaiyaa 3', Bhool Bhulaiyaa'ଫ୍ରାଞ୍ଚାଇଜ୍ ର ତୃତୀୟ ସିକ୍ୱେଲ୍,ଏହା ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରର ପ୍ରଥମ ଏବଂ ଦ୍ୱିତୀୟ ପାର୍ଟ ବକ୍ସ ଅଫିସରେ ହିଟ୍ ହୋଇଥିଲା । ବର୍ତ୍ତମାନ ତୃତୀୟ ଭାଗ ମଧ୍ୟ ହିଟ୍ ହେବ ବୋଲି ଆଶା କରାଯାଉଛି । ଅନିସ୍ ବାଜମିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ୍, ତ୍ରିପତି ଡିମ୍ରି, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ, ରାଜପାଲ ୟାଦବଙ୍କର ପରି ଷ୍ଟାର କାଷ୍ଟଙ୍କୁ ଦେଖିବା ପାଇଁ ମିଳିବ ।

Bhool Bhulaiyaa 3

ଏପର୍ଯ୍ୟନ୍ତ 'Bhool Bhulaiyaa 3'ର ପ୍ରଥମ ଦିନ ପାଇଁ ସାରା ଦେଶରେ 3 ହଜାର 7 ଶହ 67 ଟିକେଟ୍ 2D ଫର୍ମାଟରେ ବିକ୍ରି ହୋସାରିଛି ଫିଲ୍ମ ରିଲିଜ ହେବା ପୂର୍ବରୁ 10.66 ଲକ୍ଷ ଟଙ୍କା ଆଡଭଆନ୍ସ ବୁକିଂ ହୋଇସାରିଛି । ଏଥି ସହିତ ବ୍ଲକ୍ ସିଟ୍ ସହିତ ଫିଲ୍ମର ଆଗୁଆ ବୁକିଂର ଆୟ 60.26 ଲକ୍ଷରେ ପହଞ୍ଚିଛି।

ତେବେ 'Bhool Bhulaiyaa3'ଏବଂ 'Singham Again'ର ନିର୍ମାତାଙ୍କ ମଧ୍ୟରେ ଅଧିକ ପରଦା ପାଇଁ ବିବାଦ ଲାଗି ରହିଛି । PVR ଆଇନକ୍ସରେ 60 ପ୍ରତିଶତ ସ୍କ୍ରିନ୍ ସ୍ଥାନ ପାଇବାକୁ 'Singham Again'ନିର୍ନାତା ଆଲୋଚନା କରୁଛନ୍ତି । ଏଭଳି ପରିସ୍ଥିତିରେ ପରଦାକୁ ନେଇ ଉଭୟ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ବହୁତ ଟେନସନ ଲାଗି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+