For Quick Alerts
Turn On Notification  
For Daily Alerts
Oneindia App Download

ବକ୍ସ ଅଫିସରେ ଭୁଲ ଭୁଲେୟାଁ -2ର ଧମାଲ

ଶୁକ୍ରବାର 'ଭୁଲଭୁଲେୟାଁ-2' ଏବଂ କଙ୍ଗନାଙ୍କ 'ଧାକଡ' ଫିଲ୍ମ ରିଲିଜ ହୋଇଥିଲା । ବକ୍ସ ଅଫିସ ଧାକଡକୁ ପଛରେ ପକାଇ ଧମାଲ ମଚାଇଛି କାର୍ତ୍ତିକ ଆର୍ଯ୍ୟାନଙ୍କ ଭୁଲଭୁଲେୟାଁ 2 ।

|

ମୁମ୍ବାଇ: ଶୁକ୍ରବାର 'ଭୁଲଭୁଲେୟାଁ-2' ଏବଂ କଙ୍ଗନାଙ୍କ 'ଧାକଡ' ଫିଲ୍ମ ରିଲିଜ ହୋଇଥିଲା । ବକ୍ସ ଅଫିସ ଧାକଡକୁ ପଛରେ ପକାଇ ଧମାଲ ମଚାଇଛି କାର୍ତ୍ତିକ ଆର୍ଯ୍ୟାନଙ୍କ ଭୁଲଭୁଲେୟାଁ 2 ।ଫିଲ୍ମ ଧାକଡ ପ୍ରଥମ ଦିନରେ ମାତ୍ର 1.25 କୋଟି ରୋଜଗାର କରିଥିବାବେଳେ 'ଭୁଲ ଭୁଲେୟାଁ 2' ଆଶାଠୁ ଭଲ ପ୍ରଦର୍ଶନ କରିଛି । ଅର୍ଥାତ ଭୁଲ ଭୁଲେୟାଁ 2 ପ୍ରଥମ ଦିନରେ 14 କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି । ଦ୍ବିତୀୟ ଦିନରେ 18 କୋଟି ରୋଜଗାର କରିଛି ।

Bhool bhuleya 2

କାର୍ତ୍ତିକ ଆର୍ଯ୍ୟନ୍, ରାଜପାଲ ଯାଦବ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଭୁଲ ଭୁଲେୟାଁ 2 ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଛି। କାର୍ତ୍ତିକ ଆର୍ଯ୍ୟଙ୍କ ଚରିତ୍ର ଏବଂ ଆନିସ୍ ବଜମିଙ୍କ ନିର୍ଦ୍ଦେଶ ପ୍ରଶଂସକଙ୍କୁ ପାଗଳ କରିଦେଉଛି । ଏହାର କାରଣ ହେଉଛି ଭୁଲ ଭୁଲେୟାଁ ୨ କରୋନା ଅବଧି ପରେ ଦ୍ୱିତୀୟ ସର୍ବାଧିକ ଓପନିଂ ଫିଲ୍ମ ହୋଇପାରିଛି ।

Dhaakad

ଏପଟେ ଘରୋଇ ବକ୍ସ ଅଫିସରେ କଙ୍ଗନା ରଣାୱତଙ୍କ 'ଧାକଡ' ଦେଖିବା ପାଇଁ ଦର୍ଶକମାନେ କମ୍ ଆଗ୍ରହ ଦେଖାଇଥିଲେ । କଙ୍ଗନାଙ୍କ ଶେଷ କିଛି ଚଳଚ୍ଚିତ୍ର 'ଥଲାଇଭି', 'ପଙ୍ଗା', 'ଜଜମେଣ୍ଟାଲ୍ ହୈ କ୍ୟା' ସେତେଟା ଭଲ ପ୍ରଦର୍ଶନ କରିନଥିଲା । ବର୍ତ୍ତମାନ ଧାକଡ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The young superstar leading the game of B-town now is, Kartik Aaryan. With a thunderous opening of his film, Bhool Bhulaiyaa 2 ending Bollywood's dry box office spell, fans are all cheers for the star not just on online but in theatres too.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X