ବକ୍ସ ଅଫିସରେ ଭୁଲ ଭୁଲେୟାଁ -2ର ଧମାଲ
ଶୁକ୍ରବାର 'ଭୁଲଭୁଲେୟାଁ-2' ଏବଂ କଙ୍ଗନାଙ୍କ 'ଧାକଡ' ଫିଲ୍ମ ରିଲିଜ ହୋଇଥିଲା । ବକ୍ସ ଅଫିସ ଧାକଡକୁ ପଛରେ ପକାଇ ଧମାଲ ମଚାଇଛି କାର୍ତ୍ତିକ ଆର୍ଯ୍ୟାନଙ୍କ ଭୁଲଭୁଲେୟାଁ 2 ।
ମୁମ୍ବାଇ: ଶୁକ୍ରବାର 'ଭୁଲଭୁଲେୟାଁ-2' ଏବଂ କଙ୍ଗନାଙ୍କ 'ଧାକଡ' ଫିଲ୍ମ ରିଲିଜ ହୋଇଥିଲା । ବକ୍ସ ଅଫିସ ଧାକଡକୁ ପଛରେ ପକାଇ ଧମାଲ ମଚାଇଛି କାର୍ତ୍ତିକ ଆର୍ଯ୍ୟାନଙ୍କ ଭୁଲଭୁଲେୟାଁ 2 ।ଫିଲ୍ମ ଧାକଡ ପ୍ରଥମ ଦିନରେ ମାତ୍ର 1.25 କୋଟି ରୋଜଗାର କରିଥିବାବେଳେ 'ଭୁଲ ଭୁଲେୟାଁ 2' ଆଶାଠୁ ଭଲ ପ୍ରଦର୍ଶନ କରିଛି । ଅର୍ଥାତ ଭୁଲ ଭୁଲେୟାଁ 2 ପ୍ରଥମ ଦିନରେ 14 କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି । ଦ୍ବିତୀୟ ଦିନରେ 18 କୋଟି ରୋଜଗାର କରିଛି ।

କାର୍ତ୍ତିକ ଆର୍ଯ୍ୟନ୍, ରାଜପାଲ ଯାଦବ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଭୁଲ ଭୁଲେୟାଁ 2 ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଛି। କାର୍ତ୍ତିକ ଆର୍ଯ୍ୟଙ୍କ ଚରିତ୍ର ଏବଂ ଆନିସ୍ ବଜମିଙ୍କ ନିର୍ଦ୍ଦେଶ ପ୍ରଶଂସକଙ୍କୁ ପାଗଳ କରିଦେଉଛି । ଏହାର କାରଣ ହେଉଛି ଭୁଲ ଭୁଲେୟାଁ ୨ କରୋନା ଅବଧି ପରେ ଦ୍ୱିତୀୟ ସର୍ବାଧିକ ଓପନିଂ ଫିଲ୍ମ ହୋଇପାରିଛି ।

ଏପଟେ ଘରୋଇ ବକ୍ସ ଅଫିସରେ କଙ୍ଗନା ରଣାୱତଙ୍କ 'ଧାକଡ' ଦେଖିବା ପାଇଁ ଦର୍ଶକମାନେ କମ୍ ଆଗ୍ରହ ଦେଖାଇଥିଲେ । କଙ୍ଗନାଙ୍କ ଶେଷ କିଛି ଚଳଚ୍ଚିତ୍ର 'ଥଲାଇଭି', 'ପଙ୍ଗା', 'ଜଜମେଣ୍ଟାଲ୍ ହୈ କ୍ୟା' ସେତେଟା ଭଲ ପ୍ରଦର୍ଶନ କରିନଥିଲା । ବର୍ତ୍ତମାନ ଧାକଡ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications