Get Updates
Get notified of breaking news, exclusive insights, and must-see stories!

ଆକ୍ସନ-ଥ୍ରୀଲର ଫିଲ୍ମ 'ଭୋଲା'ର କ୍ରେଜ୍, ଅଜୟ-ତବୁଙ୍କ ଯୋଡ଼ି ଜିଣୁଛି ଦର୍ଶକଙ୍କ ମନ, ଦେଖନ୍ତୁ ପ୍ରଥମ ଦିନର ଆୟ

Bholaa

ମୁମ୍ବାଇ:ଅଜୟ ଦେବଗନଙ୍କ ଶେଷ ରିଲିଜ୍ ଫିଲ୍ମ 'ଦୃଶ୍ୟମ ୨' ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କରି ଚହଳ ସୃଷ୍ଟି କରିଥିଲା । ରାମ ନବମୀ ଅବସରରେ ରିଲିଜ୍ ହୋଇଛି ଅଜୟ ଦେବଗନଙ୍କର ଆକ୍ସନ୍-ଥ୍ରୀଲର ଫିଲ୍ମ 'ଭୋଲା' । ରିଲିଜ୍ ପୂର୍ବରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବା ପାଇଁ ମିଳିଥିଲା ।

ସେହିପରି ରିଲିଜର ପ୍ରଥମ ଦିନରେ ହିଁ ଚଳଚ୍ଚିତ୍ର 'ଭୋଲା'ଦର୍ଶକଙ୍କ ମନରେ କରୁଛି ରାଜ । ଅଜୟ ଦେବଗନଙ୍କ ଅଭିନୟ, ତାଙ୍କୁ ନିର୍ଦ୍ଦେଶନାର ବେଶ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ସମାଲୋଚକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପ୍ରଶଂସା କରିଥିବାବେଳେ ସୋସିଆଲ ମିଡିଆରେ ଲୋକମାନେ 'ଭୋଲା'କୁ ସମ୍ପୂର୍ଣ୍ଣ ପେସା ବସୁଲ୍ ବୋଲି ମଧ୍ୟ କହୁଛନ୍ତି । ଏହାରି ମଧ୍ୟରେ ସିନେମାର ପ୍ରଥମ ଦିନର ଆୟ ମଧ୍ୟ ପ୍ରକାଶ ପାଇଛି । ଚାଲନ୍ତୁ ଅଜୟ ଦେବଗନଙ୍କ ଫିଲ୍ମର ପ୍ରଥମ ଦିନର ଆୟ ଉପରେ ନଜର ପକାଇବା ।

ଚଳଚ୍ଚିତ୍ର'ଭୋଲା'ର ଆୟ
ଅଜୟ ଦେବଗନ୍ ଫିଲ୍ମ 'ଭୋଲା'ର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ରବୁ ମଧ୍ୟ ଅଭିନେତା ଅନେକ ଫିଲ୍ମର ନିର୍ଦ୍ଦେଶନା ଦାଇତ୍ୱ ତୁଳାଇଥିଲେ ହେଲେ ଏଥର ତାଙ୍କ ଫିଲ୍ମ କରୁଛି ଡବଲ୍ ଧମାଲ୍ । ଏହା ସହ ପୁଣି ଅଜୟ ଏବଂ ତବୁଙ୍କ ଯୋଡି ସୁପରହିଟ୍ ପ୍ରମାଣିତ ହୋଇଛି । ଫିଲ୍ମର ଆକ୍ସନ, କାହଣୀ ସବୁ କିଛି ଖୁବ୍ ଇମପ୍ରେସିଭ୍ ରହିଛି । ସୂଚନା ଅନୁସାରେ, ଫିଲ୍ମଟି ପ୍ରଥମ ଦିନରେ ଅର୍ଥାତ୍ ଓପନିଂ ଡେ'ରେ ୧୧.୨୦ କୋଟି ଟଙ୍କାର ବ୍ୟବସାୟ କରିଛି ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ 'ଦୃଶ୍ୟମ ୨'ର ଆୟ ତୁଳନାରେ ଫିଲ୍ମ 'ଭୋଲା'ର ଆୟ କମ ରହିଛି । ସୂଚନା ଅନୁସାରେ, ଫିଲ୍ମ 'ଦୃଶ୍ୟମ ୨'ପ୍ରଥମ ଦିନରେ ପ୍ରାୟ ୧୫.୩୮ କୋଟିର ବ୍ୟବସାୟ କରିଥିଲା । ସେହିପରି ୱିକେଣ୍ତରେ ଫିଲ୍ମ 'ଭୋଲା'ର ଆୟ ଡବଲ୍ ହେବାର ଆଶା ରଖିଛନ୍ତି ଫିଲ୍ମ ନିର୍ମାତା ।

ଭୋଲାର ଷ୍ଟାର୍ କାଷ୍ଟ୍
ଭୋଲାରେ ଅଜୟ ଦେବଗନ୍ ଏବଂ ତବୁଙ୍କ ବ୍ୟତୀତ ଦୀପକ ଡୋବ୍ରିଆଲ୍, ସଞ୍ଜୟ ମିଶ୍ର, ଗଜରାଜ ରାଓଙ୍କ ପରି କଳାକାରଙ୍କ ଅଭିନୟ ଫିଲ୍ମରେ ଚାରଚାନ୍ଦ ଲଗାଇଛି । ଏହି ଚଳଚ୍ଚିତ୍ରଟି ୨୦୧୯ ରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର 'କେଥୀ'ର ଅଫିସିଆଲ୍ ହିନ୍ଦୀ ରିମେକ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+