ପବନ ସିଂହଙ୍କୁ Y-ପ୍ଲସ୍ ସୁରକ୍ଷା
ଭୋଜପୁରୀ ସୁପରଷ୍ଟାର ପୱନ ସିଂଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ Y କ୍ୟାଟେଗୋରୀ ସୁରକ୍ଷା ମିଳିଛି । ତାଙ୍କ ଜୀବନକୁ ବିପଦ ଥିବା ନେଇ ଆଇବିକୁ କିଛି ସୂଚନା ମିଳିବା ପରେ ଗୃହ ମନ୍ତ୍ରଣାଳୟ ସୁରକ୍ଷା ବଢାଇଦେଇଛି । ଏହି ସମୟରେ ସିଆରପିଏଫ କମାଣ୍ଡେ ପୱନ ସିଂହଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିବେ ।
ଭାରତରେ ଭିଭିଆଇପିଙ୍କ ସୁରକ୍ଷା ଅଲଗା ଅଲଗା ରହିଥାଏ । ଏଥିରେ Z, Z+, Y, Y+ କ୍ୟାଟେଗୋରୀ ରହିଥାଏ । Y କ୍ୟାଟେଗୋରୀରେ ୮ ରୁ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ରହିଥାନ୍ତି । ଏଥିରେ ସିଆରପିଏଫ କିମ୍ବା ସିଆଇଏସଏଫ ଟ୍ରେନିଂ କମାଣ୍ଡୋ ସାମିଲ ରହିଥାନ୍ତି । ଏହି କମାଣ୍ଡୋ ବ୍ୟକ୍ତିଗତ ସୁରକ୍ଷା, ଯାତ୍ରା, ଇଭେଣ୍ଟ ଏବଂ ପବ୍ଲିକ ଆପିଏରାନ୍ସ ସମୟରେ ରହିଥାନ୍ତି । ପୱନ ସିଂହ ଏହି ମାମଲାରେ ଗୃହ ମନ୍ତ୍ରଣାଳୟ ସିଆରପିଏଫର ସ୍ପେଶାଲ ୟୁନିଟ୍ ଦାୟିତ୍ବ ନେଇଛି । ଯାହା ସମଗ୍ର ଦେଶକୁ ସୁରକ୍ଷା ଯୋଗାଇଥାଏ ।

ସେପ୍ଟେମ୍ବରରେ ବାବା ଖାନଙ୍କ ଗ୍ୟାଙ୍ଗ ପୱନ ସିଂହଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଥିଲେ । ଏହି ଧମକର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏଥିରେ ବାବା ଖାନ ଗ୍ୟାଙ୍ଗର ସଦସ୍ୟ କହିଥିଲେ କି, ଯଦି ଦମ୍ ଅଛି, ତେବେ ସାମ୍ନାକୁ ଆସି କିଛି କହିକି ଦେଖାଅ । ଭିଡିଓ ସାମ୍ନାକୁ ଆସିବା ପରେ ଇଣ୍ଟେଲିଜେନ୍ସୀ ବ୍ୟୁରୋ ଗମ୍ଭୀରତାର ସହିତ ନେଇ ସୁରକ୍ଷା ବଢାଇଛନ୍ତି । ଏହି ରିପୋର୍ଟ ଆଧାରରେ ପୱନ ସିଂହଙ୍କ ସୁରକ୍ଷାରେ Y କ୍ୟାଟେଗୋରୀ ସିକ୍ୟୁରିଟି ଦିଆଯାଇଛି ।












Click it and Unblock the Notifications