ଆତ୍ମହତ୍ୟା କଲେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ

ବାରାଣାସୀ: ପୁଣି ସିନେମା ଜଗତରୁ ଆସିଲା ଏକ ଦୁଃଖଦ ଖବର । ଆତ୍ମହତ୍ୟା କଲେ ୨୫ ବର୍ଷୀୟ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ । ବାରାଣାସୀ ସ୍ଥିତ ସାରନାଥ ଥାନା ନିକଟସ୍ଥ ସାମେନ୍ଦ୍ର ହୋଟେଲରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆତ୍ମହତ୍ୟା କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ।
ସୂଚନା ଅନୁସାରେ, ଅଭିନେତ୍ରୀ ବାରାଣସୀରେ ଭୋଜପୁରୀ ଚଳଚ୍ଚିତ୍ର 'ନାୟକ'ର ସୁଟିଂ କରୁଥିଲେ । ସେ ସୁଟିଂ ସାରି ନିଜ ହୋଟେଲ୍ ରୁମକୁ ଫେରିଥିଲେ ଏବଂ ରବିବାର ଦିନ ସେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅଭିନେତ୍ରୀ ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାର ପାରସିପୁରର ବାସିନ୍ଦା ।
ଅଭିନେତ୍ରୀ ଏପରି ନିଷ୍ପତ୍ତି କ'ଣ ପାଇଁ ନେଲେ ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଆକାଂକ୍ଷାଙ୍କ ଆତ୍ମହତ୍ୟା ଖବର ପ୍ରକାଶ ପାଇବା ପରେ ଭୋଜପୁରୀ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ନିଜ ଅଭିନୟ ଏବଂ ଡ୍ୟାନ୍ସ ଜରିଆରେ ଅଭିନେତ୍ରୀ ଲୋକଙ୍କ ମନ ଜଣିଥିଲେ । ଆକାଂକ୍ଷାଙ୍କ ମୃତ୍ୟୁ ପରେ ଭୋଜପୁରୀ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications