ମୁକ୍ତିଲାଭ କଲା 'Bhediya' ଟ୍ରେଲର, ଦର୍ଶକ କହିଲେ ସୁପରହିଟ୍ VFX

ମୁକ୍ତିଲାଭ କଲା 'Bhediya'ଟ୍ରେଲର, ଦର୍ଶକ କହିଲେ ସୁପରହିଟ୍ VFX

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କଳାକାର ବରୁଣ ଧୱନଙ୍କ ଚର୍ଚ୍ଚିତ ଚଳଚ୍ଚିତ୍ର 'Bhediya' ର ଟ୍ରେଲର ରିଲିଜ ହୋଇଛି। 'ଭେଡ଼ିଆ' ଏହି ଭୟଙ୍କର ଟ୍ରେଲର ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ କରିବ । ଫିଲ୍ମର ଟ୍ରେଲର ଦେଖି ଏହା ସହଜରେ ଅନୁମାନ କରାଯାଇପାରୁଛି ଯେ ଏହା ଏକ ହରର କମେଡି ଫିଲ୍ମ । ଚଳଚ୍ଚିତ୍ର 'ଭେଡ଼ିଆ'ର ଟ୍ରେଲର ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବହୁତ ବୃଦ୍ଧି ପାଇଛି ।

Bhediya
ମୁକ୍ତିଲାଭ କଲା 'Bhediya'ଟ୍ରେଲର

ବୁଧବାର ଦିନ ଜିଓ ଷ୍ଟୁଡିଓ ୟୁଟ୍ୟୁବ ଚ୍ୟାନେଲରେ ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଅଭିନୀତ 'Bhediya'ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରରେ ଦର୍ଶାଯାଇଛି ଯେ ବରୁଣ ଏହି ଚଳଚ୍ଚିତ୍ରରେ ଏକ ଇଚ୍ଛାଧାରି ଗଧିଆର ଚରିତ୍ରରେ ନଜର ଆସିବେ । ବାସ୍ତବରେ, ଜଙ୍ଗଲରେ ଏକ ଗଧିଆ କାମୁଡ଼ିବା ପରେ ବରୁଣ ସଂକ୍ରମିତ ହୋଇଯାଉଛନ୍ତି ଏବଂ ପରେ ସେ ନିଜେ ଗଧିଆ ସାଜି ଆତଙ୍କ ସୃଷ୍ଟି କରୁଛନ୍ତି । ଫିଲ୍ମରେ କ୍ରିତି ଡାକ୍ତର କନିକା ଭୂମିକାରେ ଅଭିନୟ କରୁଛନ୍ତି । ଯିଏ ସଂକ୍ରମିତ ବରୁଣଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଅଭିନେତା ଅଭିଷେକ ବାନାର୍ଜୀ ଏବଂ ଦୀପକ ଡୋବ୍ରିଆଲଙ୍କ ଝଲକ ଦେଖିବାକୁ ମିଳୁଛି । 2 ମିନିଟ୍ 55 ସେକେଣ୍ଡର ଏହି ଟ୍ରେଲର ସହିତ ଏହା ନିଶ୍ଚିତ ହୋଇପାରିଛି ଯେ ନିର୍ଦ୍ଦେଶକ ଅମର କୌଶିକଙ୍କ ଏହି ଚଳଚ୍ଚିତ୍ର ଏକ ଭୟଙ୍କର କମେଡି ଫିଲ୍ମ ଭାବେ ହିଟ୍ ପ୍ରମାଣିତ ହୋଇପାରେ ।

ଫ୍ୟାନ୍ସ ଦେଲେ ଏପରି ପ୍ରତିକ୍ରିୟା
ଏହାପୂର୍ବରୁ ଅମର କୌଶିକ ଏବଂ ନିର୍ମାତା ଦୀନେଶ ଭିଜାନଙ୍କ ଯୋଡି'ସ୍ତ୍ରୀ' ପରି ଏକ ବଡ଼ ହରର କମେଡି ଫିଲ୍ମ ନିର୍ମାଣ କରିସାରିଛନ୍ତି । ଏହି କ୍ରମକୁ ଆଗକୁ ବଢାଇବା ସହ ଦୁହେଁ ବର୍ତ୍ତମାନ ଏକ 'Bhediya'ପରି ଫିଲ୍ମ ମଧ୍ୟମରେ ପୁଣି ଦର୍ଶକଙ୍କ ମନ ଜିଣିବା ପାଇଁ ଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଟ୍ରେଲରକୁ ଫ୍ୟାନ୍ସଙ୍କର ବେଶ୍ ଭଲ ପାଇବା ମଳୁଛି । ଜଣେ ୟୁଜର୍ ଟୁଇଟ୍ କରି ଲେଖିଛନ୍ତି - ଏପରି ଆଶା କରିଯାଇ ନଥିଲା ହେଲେ ଫିଲ୍ମର ଟ୍ରେଲର ସତରେ ପ୍ରଶଂସନୀୟ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଟ୍ରେଲର ସହ VFX ଏବଂ ବ୍ୟାଗଗ୍ରାଉଣ୍ତ ସୁପରହିଟ୍ । ସୋସିଆଲ ମିଡିଆରେ ଫିଲ୍ମ 'Bhediya' ଟ୍ରେଲର ଭାଇରାଲ ହେବାରେ ଲାଗିଛି । ଫିଲ୍ମରେ ବରୁଣ ଓ କ୍ରିତିଙ୍କ ଲୁକକୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଆଜି ଫିଲ୍ମ ଟ୍ରେଲର ପୂର୍ବରୁ କ୍ରିତିଙ୍କର ଏକ ନୂୂଆ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଥିଲା ।

ଆସନ୍ତା ନଭେମ୍ବର 25 ରେ ବରୁଣ ଧୱନ ଏବଂ କ୍ରିତି ସେନନଙ୍କ ଫିଲ୍ମ 'Bhediya' ପ୍ରେକ୍ଷାଳୟରେ ରିଲିଜ୍ ହେବ । ଫିଲ୍ମଟି ଉଭୟ 3D ଏବଂ 2Dରେ ରିଲିଜ୍ କରାଯିବ । ତେବେ ଏହା ଅଭିନେତ୍ରୀ କ୍ରିତି ଓ ବରୁଣଙ୍କର ଦ୍ୱିତୀୟ ଚଳଚ୍ଚିତ୍ର । ପୂର୍ବରୁ ଉଭୟଙ୍କୁ ଏକାଠି ଫିଲ୍ମ ଦିଲୱାଲେରେ ଦେଖିବା ପାଇଁ ମିଳିଥିଲା । ଏହି ଚଳଚ୍ଚିତ୍ରକୁ ନେଇ ବରୁଣ ଧୱନଙ୍କର ବହୁତ ଆଶା ରହିଛି, କାରଣ ପୂର୍ବରୁ ମୁକ୍ତିଲାଭ କରିଥିବା ବରୁଣ ଧୱନଙ୍କ ଫିଲ୍ମ ଜୁଗ୍ ଜୁଗ୍ ଜିଓ ଚଳଚ୍ଚିତ୍ରଟି ଫ୍ଲପ୍ ପ୍ରମାଣିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+