ଅଜୟ ଦେବଗନଙ୍କ ସାମ୍ନାରେ ଫିକା ପଡିଲେ ବରୁଣ, 'ଭେଡିଆ' କୁ ମାତ୍ 'ଦେଲା ଦୃଶ୍ୟମ୍ ୨'

ଅଜୟ ଦେବଗନଙ୍କ ସାମ୍ନାରେ ଫିକା ପଡିଲେ ବରୁଣ

ମୁମ୍ବାଇ: ହିନ୍ଦୀ ସିନେମାର ଅଭିନେତା ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ' ଆଶା କରାଯାଉଥିବା ଭଳି ଆୟ କରି ପାରି ନାହିଁ । ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ କରିପାରି ନାହିଁ ଏହି ହରର-କମେଡି ଫିଲ୍ମ । ରିଲିଜ୍ ହେବାର ୧୦ ଦିନ ପରେ ମଧ୍ୟ 'ଭେଡିଆ' କିଛି ଖାସ୍ ଆୟ କରି ପାରି ନାହିଁ । ଦ୍ୱିତୀୟ ସପ୍ତାହ ଶେଷରେ ଅର୍ଥାତ୍ ରବିବାର ଦିନ ମଧ୍ୟ ଫିଲ୍ମଟି ଅଧିକ ଲାଭ ଉଠାଇ ପାରି ନାହିଁ ।

Bhediya Day 10th Box Office Collection
ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା 'ଭେଡିଆ' ବକ୍ସ ଅଫିସରେ କ୍ରମାଗତ ସଂଘର୍ଷ କରୁଥିବାର ଜଣାପଡିଛି । ଅମର କୈଶିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ସକରାତ୍ମକ ସମୀକ୍ଷା ପାଇଥିଲା, କିନ୍ତୁ ସଂଗ୍ରହ ଦୃଷ୍ଟିରୁ ଏହି ଚଳଚ୍ଚିତ୍ର ହାରାହାରି ପ୍ରମାଣିତ ହୋଇଛି । ଦଶମ ଦିନରେ ଅର୍ଥାତ ରବିବାର ଦିନ 'ଭେଡିଆ' ୪.୩୬ କୋଟିର ବ୍ୟବସାୟ କରିଛି ।

ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ପରି ତାରକାମାନଙ୍କ ଦ୍ୱାରା ସଜ୍ଜିତ ଏହି ଚଳଚ୍ଚିତ୍ର ପାଇଁ ଏହି ଆୟ କିଛି ଖାସ୍ ନୁହେଁ । ଅନ୍ୟପକ୍ଷରେ, କିଛି ବାଣିଜ୍ୟ ବିଶ୍ଳେଷକଙ୍କ ମତରେ ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ ୨' ପାଇଁ ପଛରେ ପଡିଯାଇଛି ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ' । ଦ୍ୱିତୀୟ ସପ୍ତାହରେ ୪ କୋଟିରୁ ଅଧିକ ବକ୍ସ ଅଫିସରେ ଆୟ କରିଥିବା ଫିଲ୍ମ 'ଭେଡିଆ' ବର୍ତ୍ତମାନ ପର୍ଯ୍ୟନ୍ତ ୫୨ କୋଟିରୁ ଅଧିକ ଆୟ କରିଛି । ଯାହାକି ଫିଲ୍ମର ବଜେଟ୍ ଅନୁସାରେ ଖୁବ୍ କମ୍ । କାରଣ ଗଣମାଧ୍ୟମରେ ରିପୋର୍ଟ ଅନୁଯାୟୀ ଫିଲ୍ମ 'ଭେଡିଆର' ବଜେଟ୍ ପ୍ରାୟ ୬୦ କୋଟି । ଏଭଳି ପରିସ୍ଥିତିରେ ବରୁଣ ଧୱନଙ୍କ ଏହି ଫିଲ୍ମ ବଜେଟ୍ ତୁଳନାରେ ୮ କୋଟି କମ୍ ଆୟ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+