For Quick Alerts
Turn On Notification  
For Daily Alerts
Oneindia App Download

'ଦୃଶ୍ୟମ ୨' VS 'ଭେଡିଆ' ! ଜାଣନ୍ତୁ ବରୁଣଙ୍କ ଫିଲ୍ମର ଦ୍ୱିତୀୟ ଦିନର ଆୟ

'ଦୃଶ୍ୟମ ୨' VS 'ଭେଡିଆ' ! ଜାଣନ୍ତୁ ବରୁଣଙ୍କ ଫିଲ୍ମର ଦ୍ୱିତୀୟ ଦିନର ଆୟ

|

ମୁମ୍ବାଇ: 'ସ୍ତ୍ରୀ' ଏବଂ 'ବାଲା' ଭଳି ଜବରଦସ୍ତ ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଅମର କୌଶିକଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଭେଡିଆ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଟ୍ରେଲର ରିଲିଜ୍ ପରଠୁ ବେଶ୍ ଚର୍ଚ୍ଚାରେ ରହିଥିଲା ବରୁଣ ଧୱନଙ୍କ ଫିଲ୍ମ । ଫିଲ୍ମର VFX'କୁ ନେଇ ଆଲୋଚନ ଜୋରଧରିଥିଲା । ଲୋକମାନେ ବେଶ୍ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଥିଲେ । ଗୋଟେ ପଟେ ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ ୨ ' ତ ଆଉ ଗୋଟେ ପଟେ ଫିଲ୍ମ 'ଭେଡିଆ' । ଚାଲନ୍ତୁ ଦେଖିବା ଦର୍ଶକଙ୍କର ପ୍ରଥମ ପସନ୍ଦ କେଉଁ ଫିଲ୍ମ ଥିଲା ।

ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ ୨'ର ସଫଳତାକୁ ଦେଖି ଲାଗୁଥିଲା 'ଭେଡିଆ'ର ଆୟ ଉପରେ ଏହାର ପ୍ରଭାବ ପଡିପାରେ । ହେଲେ ସମସ୍ତ କଳ୍ପନାଜଳ୍ପନା ଉପରେ ଏବେ ବ୍ରେକ୍ ଲାଗିଯାଇଛି । 'ଭେଡିଆ' ପ୍ରଥମ ଦିନର ଅର୍ଥାତ୍ ଓପନିଂ ଦିନର ଆୟ ୭.୪୮ କୋଟି ଟଙ୍କା ରହିଥିଲା । ବର୍ତ୍ତମାନ ଫିଲ୍ମଟି ସପ୍ତାହ ଶେଷରେ ମଧ୍ୟ ଭଲ ଲାଭ ପାଇବାକୁ ଯାଉଛି, କାରଣ ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମଟି ଭଲ ଆୟ କରିଛି ।

 Bhediya

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ଦିନ ୯.୫୭ କୋଟି ଟଙ୍କାର ବ୍ୟବସାୟ କରିଛି । ଏହା ସହିତ ଫିଲ୍ମଟି ଏପର୍ଯ୍ୟନ୍ତ ୧୭.୦୫ କୋଟି ଟଙ୍କା ଆୟ କରିସାରିଛି । ସୂଚନା ଅନୁସାରେ, ଏହି ଫିଲ୍ମଟି ପ୍ରାୟ ୬୦ ରୁ ୭୦ କୋଟି ବଜେଟରେ ନିର୍ମିତ ହୋଇଛି । ଏଭଳି ପରିସ୍ଥିତିରେ, ଯଦି ଚଳଚ୍ଚିତ୍ରଟି ତୃତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରେ, ତେବେ ଏହାର ହିଟ୍ ହେବାର ଆଶା ମଧ୍ୟ ଅଧିକ ରହିଛି ।


ଏହି ଚଳଚ୍ଚିତ୍ର ପାଇଁ ବରୁଣ ଧୱନ ଏବଂ କ୍ରିତି ସାନନ କଠିନ ପରିଶ୍ରମ କରିଛନ୍ତି । ଦୁହେଁ ଅନେକ ସ୍ଥାନକୁ ଯାଇ ଫିଲ୍ମର ପ୍ରମୋସନ କରୁଛନ୍ତି । ସୂଚନାଥାଉ ଯେ, ଫିଲ୍ମ ଭେଡିଆରେ ଉଭୟଙ୍କୁ ଦ୍ୱିତୀୟ ଥର ପାଇଁ ଏକାଠି ଦେଖିବା ପାଇଁ ମିଳୁଛି । ଏହା ପୂର୍ବରୁ ବରୁଣ ଏବଂ କ୍ରିତି ୨୦୧୫ରେ ଶାହରୁଖ ଖାନ ଏବଂ କାଜୋଲଙ୍କ ଫିଲ୍ମ ଦିଲୱାଲରେ ଏକାଠି କାମ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bhediya Box Office Collection Day 2
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X