ଆଜି ଭାରତୀଙ୍କର ୩୮ତମ ଜନ୍ମ ଦିନ
ହର୍ଷ ଇନଷ୍ଟାଗ୍ରାମରେ ନିଜ ସ୍ତ୍ରୀଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ବେସ ସୁନ୍ଦର ନଜର ଆସୁଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, 'ମୋ ଜୀବନ ଜନ୍ମଦିନର ଶୁଭେଚ୍ଛା ।' ଉଭଙ୍କର ସୁନ୍ଦର କେମେଷ୍ଟ୍ରି ଦେଖି ଫ୍ୟାନ୍ସ ମଧ୍ୟ ବେଶ ଖୁସ
ଟେଲିଭିଜନ୍ ଦୁନିଆର କମେଡି କୁଇନ୍ ଭାରତୀ ସିଂହ । ନିଜ ପ୍ରତିଟି ଅନ୍ଦାଜରେ ସେ ଜିଣନ୍ତି ଦର୍ଶକଙ୍କ ମନ । ଆଜି ଭାରତୀଙ୍କର ୩୮ତମ ଜନ୍ମ ଦିନ । ସୋଶାଲ ମିଡିଆରେ ଆଜି ଭାରତୀଙ୍କ ପାଇଁ ଶୁଭେଚ୍ଛା ବର୍ଷୁଛି । ତେଣୁ ସ୍ୱାମୀ ହର୍ଷ ଲିମ୍ବାଚିଆ ବା କିପରି ପଛରେ ରହିପାରିବେ? ଟେଲିଦୁନିଆର ସବୁଠାରୁ କ୍ୟୁଟ୍ ଦମ୍ପତି ହେଉଛନ୍ତି ହର୍ଷ ଲିମ୍ବାଚିଆ ଏବଂ ଭାରତ ସିଂ । ପରଦାଉପରେ ହର୍ଷ ଓ ଭାରତୀ ନିଜ ହାସ୍ୟ ଅଭିନୟରେ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେହିପରି ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ପରସ୍ପରକୁ ପ୍ରତ୍ୟକ କ୍ଷେତ୍ରରେ ସପୋର୍ଟ କରିଥାନ୍ତି ଏହି ଷ୍ଟାର ଦମ୍ପତ୍ତି ।

ଆଜି ନିଜ ସ୍ତ୍ରୀ ଭାରତୀଙ୍କ ଜନ୍ମଦିନରେ ହର୍ଷ ଏକ ସୁନ୍ଦର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ହର୍ଷ ଇନଷ୍ଟାଗ୍ରାମରେ ନିଜ ସ୍ତ୍ରୀଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ବେସ ସୁନ୍ଦର ନଜର ଆସୁଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, 'ମୋ ଜୀବନ ଜନ୍ମଦିନର ଶୁଭେଚ୍ଛା ।' ଉଭଙ୍କର ସୁନ୍ଦର କେମେଷ୍ଟ୍ରି ଦେଖି ଫ୍ୟାନ୍ସ ମଧ୍ୟ ବେଶ ଖୁସ ।
ଏକ କମେଡି ସୋ' ସମୟରେ ହର୍ଷ ଲିମ୍ବାଚିୟା ଏବଂ ଭାରତୀ ସିଂଙ୍କର ପ୍ରଥମ ଥର ଦେଖା ହୋଇଥିଲା ।ଭାରତୀଙ୍କ ପାଇଁ ହର୍ଷ ସ୍କ୍ରିପ୍ଟ ଲେଖୁଥିଲେ । ବନ୍ଧୁତାରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମକାହାଣୀ । ପ୍ରାୟ ୭ବର୍ଷ ଡେଟ୍ କରିବା ପରେ ୨୦୧୭ରେ ଗୋଆରେ ବିବାହ କରିଥିଲେ । ବର୍ତ୍ତମାନ ଭାରତୀ ଓ ହର୍ଷଙ୍କର ଏକ ପୁଅ ଅଛି, ଯାହାଙ୍କ ସହ ଉଭୟ ବେଶ ଖୁସ ଅଛନ୍ତି।
ଭାତତୀଙ୍କ ଜନ୍ମ ୧୯୮୪ ମସିହା ଜୁଲାଇ ୩ ତାରିଖ ପଞ୍ଜାବର ଅମୃତସରରେ ହୋଇଥିଲା। ଭାରତୀ ଆଜି ଯେଉଁ ସ୍ତରରେ ଆସି ପହଞ୍ଚିଛନ୍ତିବା ଯେଉଁ ସଫଳତାକୁ ଛୁଇଁପାରିଛନ୍ତି, ସେଥିପାଇଁ ତାଙ୍କୁ ଖୁବ ସଂଘର୍ଷ କରିପାଇଁ ପଡିଥିଲା ।












Click it and Unblock the Notifications