ପରଲୋକରେ ଅଭିନେତା ଦୀପେଶ ଭାନ୍

ଅଭିନେତା ଦୀପେଶ ଭାନଙ୍କ ଦେହାନ୍ତ । ଲୋକପ୍ରିୟ ଟିଭି ସିରିଏଲ 'ଭାବି ଜୀ ଘର ପର ହେ'ରେ ମଲଖାନ ଭୂମିକାରେ ଅଭିନୟ କରୁଥିଲେ ଦୀପେଶ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 41 ବର୍ଷ ବୟସ ହୋଇଥିଲା।

ମୁମ୍ବାଇ: ଅଭିନେତା ଦୀପେଶ ଭାନଙ୍କ ଦେହାନ୍ତ । ଲୋକପ୍ରିୟ ଟିଭି ସିରିଏଲ 'ଭାବି ଜୀ ଘର ପର ହେ'ରେ ମଲଖାନ ଭୂମିକାରେ ଅଭିନୟ କରୁଥିଲେ ଦୀପେଶ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 41 ବର୍ଷ ବୟସ ହୋଇଥିଲା। ବନ୍ଧୁଙ୍କ ସହ କ୍ରିକେଟ୍ ଖେଳୁଥିବା ବେଳେ ହଠାତ୍ ଅଚେତ ହୋଇଯାଇଥିଲେ ଦୀପେଶ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

dipesh bhan
ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ତାଙ୍କ ମୃତ୍ୟୁରେ ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି । ଦୀପେଶ ଭାନଙ୍କ ମୃତ୍ୟୁ ଖବରରୁ ଟିଭି ଶୋ 'ଭାବି ଜୀ ଘର ପର ହେ'ର ସହକାରୀ ନିର୍ଦ୍ଦେଶକ ବୈଭବ ମାଥୁର ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ମୁଁ କହିବାକୁ ଅସମର୍ଥ, କାରଣ ବର୍ତ୍ତମାନ କହିବାକୁ କିଛି ବାକି ନାହିଁ । ଏଥି ସହିତ ଟିଭି ଅଭିନେତ୍ରୀ ତଥା ଟିଭି ସୋ 'ଏଫଆଇଆର' ଫେମ୍‌ କବିତା କୌଶିକ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ସେ ଏଫଆଇଆର ସୋ'ର ଜଣେ ବିଶେଷ ସଦସ୍ୟ ଥିଲେ। ତାଙ୍କୁ ସେମିତି କିଛି ରୋଗ ନଥିଲା । ସେ ଅତ୍ୟନ୍ତ ସୁସ୍ଥ ଥିଲେ, ସେ କେବେ ବି ନିଶାଦ୍ରବ୍ୟ ସେବନ ଆଦି କରୁନଥିଲେ ।

ରାଜଧାନୀ ଦିଲ୍ଲୀରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଦିପେଶ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଅଭିନୟ ଶିଖିଥିଲେ । ଟିଭି ସୋ 'ଏଫଆଇଆର' ପୂର୍ବରୁ ଦୀପେଶ'କମେଡି କା କିଙ୍ଗ କୌନ', 'କମେଡି କ୍ଲବ', ଭୂତୱାଲା ସିରିଏଲ 'ଚାମ୍ପ' ଏବଂ 'ସୁନ୍ ୟାର ଚିଲ ମାର'ରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+