ମୋ ଜୀବନର ଶ୍ରେଷ୍ଠ ମ୍ୟାଚ୍: ଅନୁଷ୍କା ଶର୍ମା
ମୋ ଜୀବନର ଶ୍ରେଷ୍ଠ ମ୍ୟାଚ୍: ଅନୁଷ୍କା ଶର୍ମା
ମୁମ୍ବାଇ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟି -20 ବିଶ୍ୱକପ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ବିରାଟ କୋହଲି ୮୨ ରନ କରି ଅପରାଜିତ ଇନିଂସ ଖେଳିଥିଲେ । ଭାରତର ଏହି ବିଜୟ ସହିତ ସମଗ୍ର ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ଏହି ଖାସ୍ ମୂହୁର୍ତ୍ତକୁ ସ୍ମରଣୀୟ ରଖିବା ପାଇଁ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀଙ୍କ ନାମରେ ଏକ ସୁନ୍ଦର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଅନୁଷ୍କାଙ୍କ ପୋଷ୍ଟ
ସାରା ଦେଶ ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିବା ଶ୍ରେୟ କିଙ୍ଗ କୋହଲିଙ୍କୁ ଦିଆଯାଉଛି । କୋହଲିଙ୍କ ଏହି ଇଂନିସକୁ ଭାରତୀୟ ସେଲିବ୍ରେଟ୍ କରୁଥିବା ବେଳେ ପତ୍ନୀ ଅନୁଷ୍କାଙ୍କର ଭାବବିହ୍ୱଳ ପୋଷ୍ଟକୁ ନେଇ ଚର୍ଚ୍ଚା । ସେ ଲେଖିଛନ୍ତି, ବହୁତ ସୁନ୍ଦର । ତୁମେ ଆଜି ଅନେକ ଲୋକଙ୍କ ଜୀବନରେ ବହୁତ ଖୁସି ଆଣିଛ, ତାହା ପୁଣି ଦୀପାବଳି ଅବସରରେ । ତୁମର ଧର୍ଯ୍ୟ, ନିଷ୍ଠା ଏବଂ ବିଶ୍ୱାସ ପାଇଁ ଆଜି ତୁମେ ଏପରି ଚମତ୍କାର ପ୍ରଦର୍ଶନ କରିପାରିଛ ।

ମୋ ଜୀବନର ଶ୍ରେଷ୍ଠ ମ୍ୟାଚ୍: ଅନୁଷ୍କା
ଏହି ପୋଷ୍ଟରେ ଅନୁଷ୍କା ଆହୁରି ଲେଖିଛନ୍ତି, ମୁଁ କହିପାରେ ଯେ ମୁଁ ମୋ ଜୀବନର ସର୍ବୋତ୍ତମ ମ୍ୟାଚ୍ ଦେଖିଛି । ଆମ ଝିଅ ଏବେ ବୋହୁତ ବହୁତ ଛୋଟ ଅଛି ସେ ଏବେ ବୁଝି ପାରୁ ନାହିଁ ଯେ ତା ମା'କ'ଣ ପାଇଁ ରୁମରେ ଏପରି ନାଚୁଛନ୍ତି ହେଲେ ଦିନେ ସେ ବୁଝି ପାରିବ ଯେ ତା ପିତା ସେହି ରାତିରେ ତାଙ୍କର ସର୍ବୋତ୍ତମ ଇନିଂସ ଖେଳିଥିଲେ । ଏକ ଅବଧି ପରେ ଯାହା ତାଙ୍କ ପାଇଁ କଷ୍ଟସାଧ୍ୟ ଥିଲା, କିନ୍ତୁ ସେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ବୁଦ୍ଧିମାନ ସହ ଆଗକୁ ବଢୁଥିଲେ । ଏହି ପୋଷ୍ଟର ଶେଷରେ ଅନୁଷ୍କା ଲେଖିଛନ୍ତି, ତୁମ ପାଇଁ ଗର୍ବିତ ।
ବିରାଟ କୋହଲିଙ୍କ ପ୍ରତିକ୍ରିୟା
ଅନୁଷ୍କା ଶର୍ମାଙ୍କ ଏହି ପୋଷ୍ଟରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳିଛି । ସେ ଲେଖିଛନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ଜିନିଷରେ ମୋ ସହିତ ରହିଥିବାରୁ ମୋ ପ୍ରେମକୁ ଧନ୍ୟବାଦ । ମୁଁ ବହୁତ କୃତଜ୍ଞ ଅନୁଭବ କରୁଛି ଏବଂ ତୁମକୁ ମୁଁ ବହୁତ ଭଲ ପାଏ ।












Click it and Unblock the Notifications