ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ 'RRR'

ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ 'RRR'

ହାଇଦ୍ରାବାଦ: ପୁଣି ଚର୍ଚ୍ଚା ସାଉଁଟିଲା ଫିଲ୍ମ 'RRR' । ଏସଏସ୍ ରାଜାମୌଲିଙ୍କ ସୁପରହିଟ୍ ଫିଲ୍ମ 'RRR' ବେଷ୍ଟ ଫରେନ୍ ଚଏସ୍ ଆୱାର୍ଡ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି । ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଟ୍ୱିଟର୍ ଏକାଉଣ୍ଟରେ ଦେଲେ ସୂଚନା । ଏହା ସହ 'RRR'ସମସ୍ତ କାଷ୍ଟ ଆଣ୍ତ କ୍ରୁ ମେମ୍ବରଙ୍କୁ ଶୁଭେଚ୍ଛା ଜଣାଇଲା ।

ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ 'RRR'

ତେବେ ରାମଚରଣ ଏବଂ ଏନଟିଆରଙ୍କ ଅଭିନୀତ ଏବଂ ଏସଏସ୍ ରାଜାମୌଲିଙ୍କ ନିର୍ମିତ ଫିଲ୍ମ କ୍ରିଟିକ୍ସ ଚଏସ୍ ଆୱାର୍ଡର ଦୁଇଟି ପୁରଷ୍କାର ହାତେଇଛି । ହଲିଉଡ ଫିଲ୍ମ ଅଲ୍ କ୍ୱାଇଟ୍ ଅନ୍ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ, ଆର୍ଜେଣ୍ଟିନାର ୧୯୮୫, ୱାର୍ଡୋ ପରି ଅନେକ ଫିଲ୍ମକୁ ପଛରେ ପକାଇ ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମର୍ ଆୱାର୍ଡ ନିଜ ନାଁରେ କରିଛି ଟ୍ରିପଲ୍ ଆର୍ ।

RRR

'ନାଟୁ ନାଟୁ' ଗୀତକୁ ଶ୍ରେଷ୍ଠ ମୌଳିକ ଗୀତର ପୁରସ୍କାର

ଏହା ପୂର୍ବରୁ, ଏସ୍ଏସ୍ ରାଜାମୌଳିଙ୍କ RRR ଫିଲ୍ମର ଗୀତ ନାଟୁ-ନାଟୁ ଗୀତକୁ ଗୋଲ୍ଡେନ୍ ଗ୍ଲୋବ୍ସ 2023 ପୁରସ୍କାର ମିଳିଥିଲା । Golden Globes 2023 ପକ୍ଷରୁ 'ନାଟୁ ନାଟୁ' ଗୀତ ଶ୍ରେଷ୍ଠ ମୌଳିକ ଗୀତର ପୁରସ୍କାର ଲାଭ କରିଥିଲା । ଆମେରିକାର କାଲିଫର୍ନିଆର ବୱର୍ଲି ହିଲ୍ସରେ ଆୟୋଜିତ Golden Globes 2023 କାର୍ଯ୍ୟକ୍ରମରେ RRR ଚଳଚ୍ଚିତ୍ରର ନାଟୁ-ନାଟୁ ଗୀତ ଏହି ସମ୍ମାନ ପାଇଥିଲା । ଏହା ପରେ ଜୁନିଅର ଏନଟିଆର, ରାମ ଚରଣ ଏବଂ ଆଲିଆ ଭଟ୍ଟ ଆରଆରଆର ଚଳଚ୍ଚିତ୍ରର ଗୀତକୁ ଶ୍ରେଷ୍ଠ ମୂଳ ଗୀତ ପୁରସ୍କାର ମିଳିବା ନେଇ ଖୁସି ବ୍ୟକ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+