For Quick Alerts
Turn On Notification  
For Daily Alerts
Oneindia App Download

ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ ମୃତ

କେରଳୀ ଅଭିନେତ୍ରୀଙ୍କ ପରେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେଙ୍କର ମୃତ୍ୟୁ । ଅଭିନେତ୍ରୀଙ୍କ ବାସଭବନ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି ।

|

କୋଲକାତା: କେରଳୀ ଅଭିନେତ୍ରୀଙ୍କ ପରେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେଙ୍କର ମୃତ୍ୟୁ । ଅଭିନେତ୍ରୀଙ୍କ ବାସଭବନ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

pallavi

ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି । ରହସ୍ୟ ଘେରରେ ରହିଛି ଏହି ମୃତ୍ୟୁ ଘଟଣା । ଅଭିନେତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପଲ୍ଲବୀଙ୍କ ମୃତ୍ୟୁ ଖବର କୋ-ଷ୍ଟାର ଏବଂ ପ୍ରଶଂସକଙ୍କୁ ଚକିତ କରିଛି ।

ଟିଭି ଶୋ' 'ମୋନ ମୋନ ନା' ରେ ଏକାଠି କାମ କରିଥିବା ସହ-କଳାକାର ଅନମିତ୍ରା ବତାବ୍ୟାଲ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଦୁଇ ଦିନ ପୂର୍ବରୁ ପଲ୍ଲବୀଙ୍କ ସହ କଥା ହୋଇଥିଲେ । ସେ ଏହି ଖବର ଶୁଣି ବିଶ୍ବାସ କରିପାରୁନଥିବା କହିଛନ୍ତି । ମେ 12 ରେ ଟେଲିଭିଜନ ଶୋ' ପାଇଁ ସେମାନେ ସୁଟିଂ କରିଥିଲେ ଏବଂ ପରେ ତାଙ୍କ ସହିତ କଥା ମଧ୍ୟ ହୋଇଥିଲେ । ଏହି ଖବରକୁ ସେ ବିଶ୍ବାସ କରିପାରିନାହାନ୍ତି ବୋଲି କହିଛନ୍ତି ।

ଅଭିନେତ୍ରୀ ପଲ୍ଲବୀ ଏହି ଶୋ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଯେଉଁଥିରେ ସାମ୍ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଭୂମିକାରେ ଥିବାବେଳେ ଅଭିନେତ୍ରୀ ଅଞ୍ଜନା ବସୁ ଶୋ'ରେ ନକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି । ପଲ୍ଲବୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ତାଙ୍କର ସହକର୍ମୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
After malayali Actress sahaana, Bengali actress found dead . Police rescue her hanging body.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X