ପୁଣି ମିଳିଲା ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ
ବଙ୍ଗଳା ଅଭିନେତ୍ରୀ ସିରିଜ ଆତ୍ମହତ୍ୟାର ଶିକାର ହେଉଥିବା ଦେଖାଯାଇଛି । ନିକଟରେ ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତ୍ୟୁ ପରେ ବିଦିଶା ଦେ ମଜୁମଦାରଙ୍କ ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାର ତଦନ୍ତ ଶେଷ ହୋଇନଥିବା ବେଳେ ସାମନାକୁ ଆସିଛି ଆଉ ଜଣେ ଅଭି
କୋଲକାତା: ବଙ୍ଗଳା ଅଭିନେତ୍ରୀ ସିରିଜ ଆତ୍ମହତ୍ୟାର ଶିକାର ହେଉଥିବା ଦେଖାଯାଇଛି । ନିକଟରେ ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତ୍ୟୁ ପରେ ବିଦିଶା ଦେ ମଜୁମଦାରଙ୍କ ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାର ତଦନ୍ତ ଶେଷ ହୋଇନଥିବା ବେଳେ ସାମନାକୁ ଆସିଛି ଆଉ ଜଣେ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ବିଦିଶା ଦେଙ୍କ ବନ୍ଧୁ ତଥା ବଙ୍ଗାଳୀ ଅଭିନେତ୍ରୀ-ମଡେଲ ମଞ୍ଜୁଶା ନିୟୋଗୀଙ୍କ ଶୁକ୍ରବାର ଦେହାନ୍ତ ହୋଇଛି ।

ମଞ୍ଜୁଶାଙ୍କ ମୃତଦେହ ତାଙ୍କ ଫ୍ଲାଟରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ଶୁକ୍ରବାର ସକାଳେ ମଞ୍ଜୁଶାଙ୍କ ବାପା ମାଆ କ୍ରମାଗତ ଭାବରେ ତାଙ୍କ ଝିଅକୁ ଫୋନ କରିଥିଲେ । ମାତ୍ର ଯେତେବେଳେ କୌଣସି ପ୍ରତିକ୍ରିୟା ନମିଳିଲା, ବାପା ମାଆ ଚିନ୍ତାରେ ପଡିଯାଇଥିଲେ । ତାଙ୍କ ଫ୍ଲାଟକୁ ଯାଇ ଦେଖିଲେ ତ ମଞ୍ଜୁଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମଞ୍ଜୁଶା ନିୟୋଗି ବୃତ୍ତି ଅନୁଯାୟୀ ଜଣେ ମଡେଲ ଏବଂ ନିକଟରେ ଅଭିନେତ୍ରୀଙ୍କ ମୃତଦେହ ପଟୋଲିରେ ସ୍ଥିତ ତାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ମଞ୍ଜୁଶା କିଛି ଟିଭି ଶୋ'ରେ ଛୋଟ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କୁ କାଞ୍ଚି ଟିଭି ସୋ'ରେ ଜଣେ ନର୍ସ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଗଢିବାକୁ ଚାହୁଁଥିଲେ । ମଞ୍ଜୁଶାଙ୍କ ମାଆ ପୋଲିସକୁ କହିଛନ୍ତି ଯେ, ତାଙ୍କ ବନ୍ଧୁ ବିଦିଶାଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ଥିଲେ । ବର୍ତ୍ତମାନ ମଞ୍ଜୁଶା ଆତ୍ମହତ୍ୟା କରିଛନ୍ତି ନା କିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବୁଧବାର ଦିନ ମଞ୍ଜୁଶାଙ୍କ ବନ୍ଧୁ ବିଦିଶା ଦେ ମଜୁମଦାର ଆତ୍ମହତ୍ୟା କରିଛନ୍ତି ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications