ବଙ୍ଗଳା ଅଭିନେତ୍ରୀ ବିଦିଶା ଦେ'ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁଣି ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଙ୍ଗଳା ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାରଙ୍କର ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି ।
କୋଲକାତା: ପୁଣି ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଙ୍ଗଳା ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାରଙ୍କର ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି । ବୁଧବାର ରାତିରେ ବିଦିଶାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଇଛି । ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।
କିଛି ଦିନ ତଳେ 2 ନବାଗତା ଅଭିନେତ୍ରୀଙ୍କର ଏପରି ସନ୍ଦେହ ଜନକ ମୃତ୍ୟୁ ପରେ ବର୍ତ୍ତମାନ ବିଦିଶାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ବିଦିଶା ପ୍ରଥମେ ମଡେଲ ଭାବେ ମନୋରଜଂନ ଦୁନିଆରେ ପାଦ ଦେଇଥିଲେ । 2021 ରେ 'ଭାର- ଦି କ୍ଲାଉନ୍' ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ନିଜ ପରିବାର ସହ କୋଲକାତାରେ ଭଡା ଆପାର୍ଟମେଣ୍ଟରେ ରହୁଥିଲେ ।












Click it and Unblock the Notifications