ରିଲିଜ ହେଲା ବେଲ ବଟମ: ଆରବ ଦେଶ ଲଗାଇଲେ ପ୍ରତିବନ୍ଧକ

ଖିଲାଡ଼ି କୁମାରଙ୍କ ବହୁ ପ୍ରତିକ୍ଷିତ ବେଲ ବଟମ ମୁକ୍ତିଲାଭ କରିଛି ଗତ ୧୯ ଅଗଷ୍ଟରେ । ମହାମାରୀ ମଧ୍ୟରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିଥିବା ଏହି ଚଳଚିତ୍ର ଉଭୟ ଦର୍ଶକ ଏବଂ ସମୀକ୍ଷକଙ୍କ ପ୍ରଶଂସା ସାଉଁଟିଛି ।

ଖିଲାଡ଼ି କୁମାରଙ୍କ ବହୁ ପ୍ରତିକ୍ଷିତ ବେଲ ବଟମ ମୁକ୍ତିଲାଭ କରିଛି ଗତ ୧୯ ଅଗଷ୍ଟରେ । ମହାମାରୀ ମଧ୍ୟରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିଥିବା ଏହି ଚଳଚିତ୍ର ଉଭୟ ଦର୍ଶକ ଏବଂ ସମୀକ୍ଷକଙ୍କ ପ୍ରଶଂସା ସାଉଁଟିଛି । ବାଣିଜ୍ୟ ପୋର୍ଟାଲ ବକ୍ସ ଅଫିସ୍ ଇଣ୍ଡିଆ ଅନୁଯାୟୀ ଅକ୍ଷୟ କୁମାରଙ୍କ ଥ୍ରୀଲର ମୁଭି ବେଲବଟମ୍ ୩ ଦିନରେ ପ୍ରାୟ ୮.୭୫ କୋଟି ଆୟ କରିବାରେ ସଫଳ ହୋଇଛି।

Akhay Kumar

ପ୍ରଯୋଜକମାନଙ୍କୁ ଏହି ଚଳଚିତ୍ର ଯୋଗୁଁ ଅଧିକ ଲାଭ ହେବେ ନେଇ ଆଶା ରହିଥିବା ବେଳେ ମହାରାଷ୍ଟ୍ର, ଆସାମ, ତାମିଲନାଡୁ ଏବଂ କେରଳରେ ମୁକ୍ତିଲାଭ କରି ନଥିବା ଯୋଗୁଁ ବ୍ୟବସାୟରେ ପ୍ରଭାବ ପଡିଛି । ସିନେମା ହଲ୍‌ ବନ୍ଦ ଯୋଗୁ ଫିଲ୍ମ ଆଶା ମୁତାବକ ବ୍ୟବସାୟ ହୋଇପାରୁନଥିବା କୁହାଯାଉଛି। ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ପ୍ରଶଂସା ଏବଂ ଦର୍ଶକଙ୍କ ଆଦୃତି ଲାଭ କରିଛି। ତେବେ ବେଲବଟମକୁ ୩ଟି ଦେଶରେ ‌ବ୍ୟାନ୍‌ କରାଯାଇଛି। ତିନି ଆରବ ଦେଶରେ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ ବଟମ୍ ରିଲିଜ୍ କରିବାକୁ ବାରଣ କରାଯାଇଛି। ଏହି ଦେଶଗୁଡ଼ିକ ହେଉଛି ସାଉଦି ଆରବ, କୁଏତ ଏବଂ କତାର। ଏହି ଦେଶର ସେନ୍ସର ବୋର୍ଡ ଫିଲ୍ମର ଏକ ଦୃଶ୍ୟକୁ ବିରୋଧ କରିଥିବା ଯୋଗୁଁ ଫିଲ୍ମର ରିଲିଜ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୂଚନାନୁସାରେ, ୟୁଏଇର ସେନ୍ସର ବୋର୍ଡ କହିଛି ଯେ ଫିଲ୍ମ ବେଲ ବଟମ ତିନି ଦେଶର ଖରାପ ଚିତ୍ର ପ୍ରଦର୍ଶିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+