କେଉଁ ବଲିଉଡ ଅଭିନେତ୍ରୀ 'ମ୍ୟାନ୍ ଭର୍ସସେସ୍ ୱାଇଲ୍ଡ'ରେ ନଜର ଆସିବେ , ବିୟର ଗ୍ରିଲ୍ସ କହିଲେ...
Man vs. Wild :Bear Grylls Wants To Take Priyanka Chopra AND Virat KohaliOn An Adventure Ride କେଉଁ ବଲିଉଡ ଅଭିନେତ୍ରୀ 'ମ୍ୟାନ୍ ଭର୍ସସେସ୍ ୱାଇଲ୍ଡ'ରେ ନଜର ଆସିବେ , ବିୟର ଗ୍ରିଲ୍ସ କହିଲେ...
ମୁମ୍ବାଇ: ଆଡଭେଞ୍ଚର କିଙ୍ଗ ଭାବରେ ଜଣାଶୁଣା ବିୟର ଗ୍ରିଲ୍ସଙ୍କ ନିଜ ଜୀବନରେ ଏପର୍ଯ୍ୟନ୍ତ ଅନେକ ରୋମାଞ୍ଚକ ଏବଂ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିୟର ଗ୍ରିଲ୍ସଙ୍କ ସହ 'ମ୍ୟାନ୍ ଭର୍ସସେସ୍ ୱାଇଲ୍ଡ' ରେ ସାମିଲ୍ ହୋଇସାରିଛନ୍ତି । ଏହା ବ୍ୟତୀତ ବଲିଉଡର ଅଭିନେତା ଅକ୍ଷୟ କୁମାର, ରଜନୀକାନ୍ତ ଏବଂ ରଣଭୀର ସିଂ ମଧ୍ୟ ବିୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର ଯାତ୍ରା କରିସାରିଛନ୍ତି । ଏହି କାରଣରୁ ଭାରତୀୟ କଳାକାରମାନେ ବିୟର ଗ୍ରିଲ୍ସଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏବେ ଜଣେ ଭାରତୀୟ ଅଭିନେତ୍ରୀଙ୍କ ସହ ଆଡଭେଞ୍ଚର ଯାତ୍ରାର ମଜା ନେବା ପାଇଁ ଚାହୁଁଛନ୍ତି ବିୟର ଗ୍ରିଲ୍ସ ।

ପ୍ରକୃତରେ, ଏକ ସାକ୍ଷାତକାରରେ ବିୟର ଗ୍ରିଲ୍ସ କହିଛନ୍ତି ଯେ ସେ ପୁଣି ଥରେ ଭାରତୀୟ କଳାକାରମାନଙ୍କ ସହିତ ଆଡଭେଞ୍ଚର ଯାତ୍ରା କରିବା ପାଇଁ ଚାହୁଁଛନ୍ତି । ସେ ସର୍ବଦା ଭାରତୀୟ ସୁପରଷ୍ଟାରଙ୍କ ଭଲପାଇବାକୁ ଅନୁଭବ କରିଛନ୍ତି । ଭାରତ ସବୁବେଳେ ମୋ ହୃଦୟର ଅତି ନିକଟତର । ଭାରତୀୟ କଳାକାରମାନେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସ୍ନେହି । ବିୟର ଗ୍ରିଲ୍ସ କହିଛନ୍ତି ଆଗକୁ ବିରାଟ କୋହଲି ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ସହ ଆଡଭେଞ୍ଚର ଯାତ୍ରାରରେ ନେବା ପାଇଁ ଚାହିଁବେ ।
ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କ ଯାତ୍ରା ଚମତ୍କାର ରହିବ । ସେ ଜଣେ ବହୁତ କୌତୁହ ପୂର୍ଣ୍ଣ ବ୍ୟକ୍ତି । ସେହିପରି ଅଭିନେତ୍ରୀ ପ୍ରିୟଙ୍କା ମଧ୍ୟ ଜଣେ ଭଲ କଳାକାର, ମୁଁ ତାଙ୍କ ସ୍ଵାମୀ ନିକ୍ ଜୋନସ୍ ଙ୍କ ସହ ପୂର୍ବରୁ ସଫର କରିସାରିଛି । ତାଙ୍କ ସହ ମୋର ବହୁତ ସୁନ୍ଦର ଅନୁଭତ ରହିଥିଲା । ପ୍ରିୟଙ୍କା ଓ ନିକ୍ ଙ୍କ ପ୍ରେମ ବିଷୟରେ ଜାଣିବା ପାଇଁ ଦର୍ଶକ ମଧ୍ୟ ପସନ୍ଦ କରିବେ ବୋଲି କହିଛନ୍ତି ବିୟର ଗ୍ରିଲ୍ସ ।












Click it and Unblock the Notifications