ବିସିସିଆଇର ଐତିହାସିକ ନିଷ୍ପତ୍ତିକୁ ପ୍ରଶଂସା କଲେ ଶାହାରୁଖ ଖାନ, ଲେଖିଲେ ଖାସ୍ ପୋଷ୍ଟ...
ବିସିସିଆଇର ଐତିହାସିକ ନିଷ୍ପତ୍ତିକୁ ପ୍ରଶଂସା କଲେ ଶାହାରୁଖ ଖାନ, ଲେଖିଲେ ଖାସ୍ ପୋଷ୍ଟ...
ମୁମ୍ବାଇ: ନିକଟରେ BCCI ପକ୍ଷରୁ ଭାରତୀୟ ମହିଳା ଖେଳାଳିଙ୍କ ସପକ୍ଷରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛି ଯେ ଏଣିକି ମହିଳା ଓ ପୁରୁଷ କ୍ରିକେଟରଙ୍କ ମଧ୍ୟରେ ରହିବନି ଭେଦଭାବ । ସମସ୍ତଙ୍କୁ ମିଳିବ ସମାନ ଫି । ପୁରୁଷ କ୍ରିକେଟରଙ୍କ ସହ ସମାନ ପାଉଣା ପାଇବେ ମହିଳା କ୍ରିକେଟର । ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ ଘୋଷଣା କରିଛି । ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ବିସିସିଆଇର ଏହି ନିଷ୍ପତ୍ତିକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି । ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି । ନିଷ୍ପତ୍ତିରେ ବଲିଉଡ ଅଭିନେତା ଶାହାରୁଖ ଖାନ ଖୁସି ବ୍ୟକ୍ତ କରିଛନ୍ତି । ଜୟ ଶାହାଙ୍କ ଟ୍ୱିଟକୁ ଜବାବ ଦେଇ କିଙ୍ଗ ଖାନ ଏହାକୁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ।

I’m pleased to announce @BCCI’s first step towards tackling discrimination. We are implementing pay equity policy for our contracted @BCCIWomen cricketers. The match fee for both Men and Women Cricketers will be same as we move into a new era of gender equality in 🇮🇳 Cricket. pic.twitter.com/xJLn1hCAtl
— Jay Shah (@JayShah) October 27, 2022
ଜୟ ଶାହାଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ଶାହାରୁଖ ଖାନ ମହିଳା ଖେଳାଳିଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି । ସେ ପ୍ରଥମେ ଏହି ପଦକ୍ଷେପକୁ ପ୍ରଶଂସା କରି ଲେଖିଛନ୍ତି ଯେ 'କେତେ ଭଲ ଫ୍ରଣ୍ଟ୍ ସଟ୍। କ୍ରୀଡ଼ାରେ ସମସ୍ତେ ସମାନ। ଆଶା କରେ ଅନ୍ୟମାନେ ମଧ୍ୟ ଏହାକୁ ଫଲୋ କରିବେ ।' ଶାହାରୁଖ ଖାନଙ୍କ ବ୍ୟତୀତ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ କ୍ରିକେଟ୍ ବୋର୍ଡର ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ସମାନ କାମ ପାଇଁ ସମାନ ଦରମା ପାଇଁ ଏହା ଏକ ବଡ଼ ପଦକ୍ଷେପ, ଏକ ଉଦାହରଣ ସୃଷ୍ଟି କରିଥିବାରୁ ବିସିସିଆଇକୁ ଧନ୍ୟବାଦ। ସେହିପରି ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏହି ନିଷ୍ପତ୍ତିର ପ୍ରଶଂସା କରିଛନ୍ତି । ବିସିସିଆଇ ସଚିବ ଜୟ ଶାହା ମ୍ୟାଚ୍ ଫି ସମ୍ପର୍କରେ ଦୁଇଟି ଟ୍ୱିଟ୍ କରିଥିଲେ । ସେ ଟୁଇଟ୍ରେ ଲେଖିଛନ୍ତ ଯେ ଭେଦଭାବର ମୁକାବିଲା ପାଇଁ ବିସିସିଆଇ ପ୍ରଥମ ପଦକ୍ଷେପ ନେଇଛି । ମୁଁ ବୋହୁତ୍ ଖୁସି । ଆମେ ଏକ ନୂତନ ଯୁଗରେ ପ୍ରବେଶ କରୁଛୁ ।
What a good front foot shot. Sports being such an equaliser ( in more ways than one ) hoping it will pave the way for others to follow. https://t.co/Ko1pZpWm8z
— Shah Rukh Khan (@iamsrk) October 27, 2022
ସେ ଆହୁରି ମଧ୍ୟ ଲେଖିଛନ୍ତି, ମହିଳା କ୍ରିକେଟରମାନଙ୍କୁ ସେମାନଙ୍କ ସାଥୀ ପୁରୁଷ ଖେଳାଳିଙ୍କ ପରି ସମାନ ମ୍ୟାଚ ଫି ପ୍ରଦାନ କରାଯିବ। ଟେଷ୍ଟ ମ୍ୟାଚ୍ ପାଇଁ 15 ଲକ୍ଷ, ODI ପାଇଁ 6 ଲକ୍ଷ ଏବଂ ଟି -20 ପାଇଁ 3 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ନିଷ୍ପତ୍ତିକୁ କ୍ରିକେଟ୍ ପ୍ରଶଂସକମାନେ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ବଲିଉଡର କିଙ୍ଗ ଖାନ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।












Click it and Unblock the Notifications