ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ
ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଆଜି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ହୋଇଥିଲା ।
କଟକ: ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଆଜି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ହୋଇଥିଲା ।

ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଅଭିଯୋଗ ହୋଇଥିଲା ଯାହାକୁ ନେଇ ୨ଥର ନୋଟିସ ହୋଇଥିଲା । ନୋଟିସ ସତ୍ତ୍ୱେ ବର୍ଷା ଦିଲ୍ଲୀ ପୋଲିସ ପାଖରେ ହାଜର ହୋଇନାହାନ୍ତି । ହାଜର ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ହାଇକୋର୍ଟ ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏଥିସହ ୧୫ ଦିନ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।












Click it and Unblock the Notifications