‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ' ଶାଶୂ ଶ୍ୱଶୁର ଉଦ୍ଧାର ହୁଅନ୍ତୁ': ବର୍ଷା ପ୍ରିୟାଦର୍ଶିନୀ

Barsha - Anubhav Mohanty Controversy :Barsha Priyadarshini Leave In Laws House Within A Month‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ'ଶାଶୂ ଶ୍ୱଶୁର ଉଦ୍ଧାର ହୁଅନ୍ତୁ'... ବର୍ଷା ପ୍ରିୟାଦର୍ଶିନୀ

କଟକ:ସ୍ୱଇଚ୍ଛାରେ ଶାଶୂଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା - ଅନୁଭବ ବିବାଦ ପୁଣି ଏକ ନୂଆ ମୋଡ଼ ନେଇଛି । ଏକ ମାସର ସମୟ ମାଗିଲେ ବର୍ଷା । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏକ ମେମୋ ଦାଖଲ କରି ବର୍ଷା ଜଣାଇଛନ୍ତି ଯେ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି ସେ ନିଜେ ହିଁ ସ୍ୱଇଛାରେ ଏକାକୀ ଘରୁ ବାହାରି ଯାଇ ଅନ୍ୟତ୍ର ରହିବାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ଷାଙ୍କୁ ନିଜ ମେମୋରେ କୋର୍ଟଙ୍କୁ କହିଥିବା କଥା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ସେ କହିଛନ୍ତି 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଶାଶୂ ଶ୍ୱଶୁର ଉଦ୍ଧାର ହୁଅନ୍ତୁ' । ତେବେ ମଙ୍ଗଳବା କୋର୍ଟରେ ଶୁଣାଣି ବେଳେ ସେ କୋର୍ଟରେ ଏହା ଜଣାଇଥିଲେ ।

barsha
ତେବେ ଜୁନ୍‌ ୦୨ରେ ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ମାସ ଟଙ୍କା ପାଇବା ପରେ ୨ ମାସ ମଧ୍ୟରେ ଘର ଛାଡ଼ିବା ପାଇଁ ବର୍ଷାଙ୍କୁ କୁହାଯାଇଥିଲା ଏହା ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ପରବର୍ତ୍ତି ସମୟରେ ବର୍ଷା କଟକ ସଦର ଏସଡିଜେଏମଙ୍କ ନିର୍ଦ୍ଦେଶ ବିରୋଧରେ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ । ତେବେ ଏସଡିଜେଏମ ଅଦାଲତ ଦେଇଥିବା ରାୟକୁ କାଏମ ରଖିଥିଲେ ଜିଲ୍ଲା ଦୌରାଜଜ୍ । ଯାହା ପରେ ଏହା ସ୍ପଷ୍ଟ ହୋଥିଲା ଯେ ବର୍ଷା ଅନୁଭବଙ୍କ ଘର ଛାଡ଼ି ଭଡ଼ାଘରେ ରହିବେ ।

d

ସେପଟେ ବିବାଦ ପରଠୁ ଅନୁଭବ ନିଜ ପରିବାର ସହ ଅନ୍ୟତ୍ର ଘର ଭଡ଼ା ନେଇ ରହୁଛନ୍ତି । ପାରିବାରିକ ହିଂସାର ଶୀକାର ହେଉଥିବା ଅଭିଯୋଗ ଆଣି ବର୍ଷା ପ୍ରଥମେ ଏସଡିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ସମୟରେ ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା ଯେଉଁଥିରୁ ଗୋଟିଏ ପିଟିସନ୍‌ ଖାରଜ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+