Get Updates
Get notified of breaking news, exclusive insights, and must-see stories!

ସାଇବର ଥାନାରେ ବର୍ଷାଙ୍କ ଏତଲା: କହିଲେ, ଭିଡ଼ିଓ କରି ମୋ ଚରିତ୍ର ସଂହାର କରାଯାଉଛି

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ସାଇବର ଥାନରେ ଏତଲା । ସ୍ୱାମୀଙ୍କ ବିରୋଧରେ ଏତଲା ଦେଲେ ସ୍ତ୍ରୀ । ଅନୁଭବ-ବର୍ଷା ବିବାଦ ମାମଲା ପୁଣି ଆଜି ଚର୍ଚ୍ଚାକୁ ଆସିଛି ।

କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ସାଇବର ଥାନରେ ଏତଲା । ସ୍ୱାମୀଙ୍କ ବିରୋଧରେ ଏତଲା ଦେଲେ ସ୍ତ୍ରୀ । ଅନୁଭବ-ବର୍ଷା ବିବାଦ ମାମଲା ପୁଣି ଆଜି ଚର୍ଚ୍ଚାକୁ ଆସିଛି । ଗୋଟିଏ ପଟେ ସାଂସଦ ଅନୁଭବ ମହାନ୍ତି ଭିଡିଓ ପରେ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ଅନ୍ୟପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେଉଛନ୍ତି।

Anubhav Mohanty

ପ୍ରଥମେ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାକୁ ନେଇ ଦୁଇ ଦୁଇଟି ଭିଡିଓ ଛାଡ଼ିଥିଲେ। ଏହାପରେ ପତ୍ନୀ ବର୍ଷା କଟକ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅନୁଭବ ଗତକାଲି ପୁଣି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଛାଡ଼ିଥିଲେ। ଏହାପରେ ଆଜି ବର୍ଷା ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସାଂସଦ ଅନୁଭବ ବାରମ୍ବାର ଭିଡ଼ିଓ ଜାରି କରି ଚରିତ୍ର ସଂହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା । ଯାହାଦ୍ୱାରା ତାଙ୍କ ମାନ ସମ୍ମାନ ହାନି ହେଉଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି ବର୍ଷା । କିଛି ବ୍ୟକ୍ତି ମୋ ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଓ IT ACTରେ ମାମଲା ରୁଜୁ କରାଯାଇଛି।

ଏହା ପୂର୍ବରୁ ମଧ୍ୟ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । ଭିଡ଼ିଓ ଜାରି କରି ଅନୁଭବ ତାଙ୍କର ନାରୀତ୍ୱ ଉପରେ ପ୍ରଶ୍ନବାଚୀ ଛିଡା କରୁଥିବା ନେଇ ଅଭିଯୋଗ କରିଥିଲେ ବର୍ଷା । ଏହାପରେ ମଧ୍ୟ ଅନୁଭବ ଭିଡ଼ିଓ ଜାରି କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+