ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା
ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା । କଟକ SDJMଙ୍କ କୋର୍ଟରେ କମ୍ପ୍ଲେନ କେସ୍ ରୁଜୁ କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି ।
କଟକ: ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା । କଟକ SDJMଙ୍କ କୋର୍ଟରେ କମ୍ପ୍ଲେନ କେସ୍ ରୁଜୁ କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ଏପରି କରୁଥିବା ଉଲ୍ଲେଖ କରିଛନ୍ତି ବର୍ଷା ।

ପୂର୍ବରୁ ବର୍ଷା 'ବର୍ଷା ପ୍ରିୟଦର୍ଶନି ଫ୍ୟାନ୍ କ୍ଲବ' ଓ 'ଅନୁଭବ ମହାନ୍ତି ଦି ରିଏଲ ହିରୋ ଅଫ କେନ୍ଦ୍ରପଡ଼ା' ନାମକ ଦୁଇଟି ଫେସବୁକ ପେଜରେ ଏଭଳି ମନ୍ତବ୍ଯ ଦିଆଯାଉଛି ନେଇ ଅଭିଯୋଗ କରିଥିଲେ । ତେବେ ସାମାଜିକ ଗଣମାଧ୍ୟମରେ ତାଙ୍କର ସମ୍ମାନ ହାନୀ କରିବାର ଭଳି ମତା ମତ ଦିଆଯାଉଛି ଓ 'ଅନୁଭବ ମହାନ୍ତି ଦି ରିଏଲ ହିରୋ ଅଫ କେନ୍ଦ୍ରପଡ଼ା' ନାମରେ ଖୋଲାଯାଇଥିବା ଫେସବୁକ ପେଜରେ କେହି ଜଣେ ଅଜଣା ବ୍ୟକ୍ତି ଏହି କାର୍ଯ୍ୟ କରୁଥିବା ନେଇ ବର୍ଷା କଟକ ସାଇବର ଥାନାରେ ଏତାଲା ଦେଇଥିଲେ ।
ସୂଚନାଥାଉ କି, ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବର୍ଷାଙ୍କୁ ୨ ମାସ ମହଲତ ମିଳିଛି। କୋର୍ଟଙ୍କ ନିର୍ଦ୍ଦେଶରେ ପତ୍ନୀ ବର୍ଷାଙ୍କୁ ଅନୁଭବ ମହାନ୍ତି ୩୦ ହଜାର ଟଙ୍କା ଦେଇଥିଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କ ଆକାଉଣ୍ଟରେ ଅନୁଭବ ଏହି ଟଙ୍କା ଡିପୋଜିଟ୍ କରିଥିଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କୁ ମାସିକ ୩୦ ହଜାର ଦେବାକୁ କୋର୍ଟ କହିଥିଲେ।












Click it and Unblock the Notifications