For Quick Alerts
Turn On Notification  
For Daily Alerts
Oneindia App Download

ନୂଆ ରୂପରେ ବର୍ଷା, ମହାମାରୀ ସମୟରେ ମନ ଜିଣୁଛନ୍ତି ଓଲିଉଡ କୁଇନ

ଭୁବନେଶ୍ୱର ରେଳ ଷ୍ଟେସନର ଯାତ୍ରୀସହାୟକଙ୍କ ମଧ୍ୟରେ ଶୁକ୍ରବାର ଭୁବନେଶ୍ୱର ଏନଜିଓ ଫିନିକ୍ସ ସେବା ସହ ମିଶି ଗ୍ରୋସରୀ କିଟ୍ ବଣ୍ଟନ କରିଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ।

|

ଭୁବନେଶ୍ବର: ରିଲ ଲାଇଫରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଏବେ ରିୟଲ ଲାଇଫରେ ମଧ୍ୟ ପ୍ରଂଶାସା ସାଉଣ୍ଟୁଛନ୍ତି । ମହାମାରୀ ସମୟରେ ଗରିବ ଦୁଖିରଙ୍କିଙ୍କୁ ସାହାଯ୍ୟର ହାତ ବଢାଇ ସେ ଏବେ ଚର୍ଚ୍ଚାରେ । ଭୁବନେଶ୍ୱର ଏବଂ କଟକ ମଧ୍ୟରେ ତାଙ୍କର ସମାଜ କଲ୍ୟାଣକାରୀ ଅନୁଷ୍ଠାନ ସମ୍ମାନିତା ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବର୍ଷା ।

Barsha Priyadarshini

ଆଜି ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀ ସହାୟକଙ୍କୁ ସହଯୋଗର ହାତ ବଢ଼େଇଲେ ଓ-ଟାଉନ ଅଭିନେତ୍ରୀ । କରୋନା ମାହାମରୀର ଦ୍ୱିତୀୟ ଲହରୀର ଭୟଙ୍କର ପରିସ୍ଥିତି କାରଣରୁ ରୋଜଗାର କରିବାକୁ ସଂଘର୍ଷ କରୁଥିବା ଭୁବନେଶ୍ୱର ରେଳ ଷ୍ଟେସନର ଯାତ୍ରୀସହାୟକଙ୍କ ମଧ୍ୟରେ ଶୁକ୍ରବାର ଭୁବନେଶ୍ୱର ଏନଜିଓ ଫିନିକ୍ସ ସେବା ସହ ମିଶି ଗ୍ରୋସରୀ କିଟ୍ ବଣ୍ଟନ କରିଛନ୍ତି । ହିତାଧିକାରୀ ଯାତ୍ରୀସହାୟକ ତାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏହି କଠିନ ସମୟରେ ସେମାନଙ୍କ ବିଷୟରେ ଚିନ୍ତା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଠାରେ ସୂଚନାଥାଉକି, କିଛି ଦନ ତଳେ ବର୍ଷା ସୁନ୍ଦରପଦା ବସ୍ତିରେ ଅଞ୍ଚଳରେ ଲୋକମାନଙ୍କୁ 30ରୁ ଉର୍ଦ୍ଧ୍ୱ ପରିବାରକୁ ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ ।

Barsha Priyadarshini

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Barsha Priyadarshini Distributed Grocery Kit at Bhubaneswar Railway Station
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X