ଓଲିଉଡ ଇଣ୍ଡଷ୍ଟ୍ରୀରେ ବି ରହିଛି ବାପି ଦା’ଙ୍କ ଛାପ, ଗାଇଛନ୍ତି ଏହି ସୁପରହିଟ୍ ଗୀତ

ବାପି ଦା’ଙ୍କ କେବଳ ବଲିଉଡ ନୁହେଁ, ଓଲିଉଡ ଇଣ୍ଡଷ୍ଟ୍ରୀ ସହ ମଧ୍ୟ ସମ୍ପର୍କ ରହିଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଗୀତ ଆଉ ମ୍ୟୁଜିକର ଜାଦୁ ଚଳାଇଛନ୍ତି ବାପି ଦା’।

ଭୁବନେଶ୍ୱର: ପରଲୋକରେ ଡିସ୍କୋ କିଙ୍ଗ ବାପି ଲାହିରି । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାତ ତ୍ୟାଗ କରିଛନ୍ତି। ନିଜର ଭିନ୍ନ ରୂପ ଓ ଶୈଳୀ ପାଇଁ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ । ସୁପରହିଟ୍ ଫିଲ୍ମ ଚଲତେ ଚଲତେ, କଭୀ ଅଲବିଦା ନା କେହେନା, ଆଇ ଆମ୍‌ ଏ ଡିସ୍କୋ ଡାନ୍ସର, ଶରାବୀ ଗୀତ ପାଇଁ ଘରେ ଘରେ ଲୋକପ୍ରୟତା ହାସଲ କରିବା ସହ ବଲିଉଡର ସେ ଥିଲେ ଡିସ୍କୋ କିଙ୍ଗ ।

Bappi Lahiri Odia Song List

ତେବେ ବାପି ଦା'ଙ୍କ କେବଳ ବଲିଉଡ ନୁହେଁ, ଓଲିଉଡ ଇଣ୍ଡଷ୍ଟ୍ରୀ ସହ ମଧ୍ୟ ସମ୍ପର୍କ ରହିଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଗୀତ ଆଉ ମ୍ୟୁଜିକର ଜାଦୁ ଚଳାଇଛନ୍ତି ବାପି ଦା'। ଓଡ଼ିଆ ସିନେମାର 'ମୋ ଦୁନିଆ ତୁ ହିଁ ତୁ' ଫିଲ୍ମର ଟାଇଟଲ ସଙ୍ଗ୍ ଗାଇଥିଲେ ବାପି ଦା । ଇରା ମହାନ୍ତିଙ୍କ ସହ ମିଶି ସେ ଏହି ଗୀତଟିକୁ ଗାଇଥିଲେ ।

ସେହିପରି ଓଡିଶାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ପୂର୍ବ ବର୍ଷ ମହାପ୍ରଭୁଙ୍କ ଜାଗର ଯାତ୍ରାରେ ଗୀତ ଗାଇଥିଲେ ବାପି ଲେହରୀ । ସେହିପରି ଓଡ଼ିଆ ଚଳଚ୍ଚିତ୍ର 'ମିଛ ମାୟା ସଂସାର'ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହାପୂର୍ବରୁ ସେ ୮୦ ଦଶକର ଓଡ଼ିଆ ଫିଲ୍ମ 'ମିଛ ମାୟା ସଂସାର'ରେ ମଧ୍ୟ ମ୍ୟୁଜିକ ସାଙ୍ଗକୁ ଗୀତ କମ୍ପୋଜ ମଧ୍ୟ କରିଛନ୍ତି। ଏହି ଫିଲ୍ମର ପାଞ୍ଚଟି ଗୀତ ମଧ୍ୟରୁ ଦୁଇଟି ଗୀତ 'ଏ କେଉଁ ସହର, କେମିତି ସହର, ବାୟା ମନ..'କୁ ବାପି ଲାହିରି କମ୍ପୋଜ କରିଥିଲେ।

୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମ ହୋଇଥିବା ବାପି ଲାହିରିଙ୍କ ଅସଲି ନାଁ ଥିଲା ଆଲୋକେଶ ଲାହିରି। ତାଙ୍କର ଭିନ୍ନ ଶୈଳୀ ହେତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଲୋକମାନଙ୍କ ମଧ୍ୟରେ ତାଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଭରପୂର ସଂଗୀତଜ୍ଞ ଭାବରେ ବେଶ୍‌ ପରିଚିତ। ସେ ତାଙ୍କ ସମୟରେ ଅନେକ ହିଟ୍ ଗୀତ ଗାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+