୯୦୦ କୋଟି ରୋଜଗାର କରିଥିବା ରଣବୀର ସିଂହଙ୍କ 'ଧୁରନ୍ଧର' ପଡ଼ିଛି ବଡ଼ ସମସ୍ୟାରେ, ଗୋଟିଏ ଡାଇଲଗକୁ ନେଇ ହାଇକୋର୍ଟରେ ମାମଲା

ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ବଲିଉଡ ଫିଲ୍ମ ଧୂରନ୍ଧର । ଏହାକୁ ନେଇ ଏବେ ନୂଆ ବିବାଦ ଦେଖା ଦେଇଛି । ବଲୋଚ ସଂପ୍ରଦାୟର କିଛି ସଦସ୍ୟ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଫିଲ୍ମ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିବାଦୀୟ ଡାଇଲଗ ହଟାଇବାକୁ ଦାବି କରିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଗାନ୍ଧିନଗରରେ ରହୁଥିବା ୟାସିନ ବଲୋଚ ଓ ବନାସକାଣ୍ଠର ଆୟୁବଖାନ ବଲୋଚ ନିଜ ଯାଚିକାରେ ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଫିଲ୍ମରେ ବଲୋଚ ସମୁଦାୟ ବିରୋଧରେ ହେଟ୍ ସ୍ପିଚ ବା ଘୃଣିତ ଭାଷଣର ପ୍ରୟୋଗ କରାଯାଇଛି ।

Dhurandhar

ଆବେଦନକାରୀ କହିଛନ୍ତି, ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଅଭିନୟ କରିଥିବା ଏସପି ଚରିତ୍ରର ଏକ ଡାଇଲଗ ଉପରେ ଆପତ୍ତି ଉଠିଛି । ଏଥିରେ କୁହାଯାଇଛି ଯେ, କୁମ୍ଭୀରକୁ ଭରସା କରି ପାରିବେ କିନ୍ତୁ ବଲୋଚକୁ ନୁହେଁ । ଆବେଦନକାରୀ ଦାବି କରିଛନ୍ତି ଯେ ପର୍ଯ୍ୟନ୍ତ ଉକ୍ତ ସଂଳାପକୁ ସ୍ଥାୟୀ ଭାବ ମ୍ୟୁଟ୍ କିମ୍ବା ଡିଲିଟ୍ କରା ନ ଯାଇଛି ସେ ଯାଏ ସିବିଏଫସିକୁ ସାର୍ଟିଫିକେଟରେ ପରିବର୍ତ୍ତନ କରିବା ଉଚିତ୍।

ଆବେଦନକାରୀ ଅଦାଲତକୁ ଅନୁରୋଧ କରିଛନ୍ତି ଯେ, ଫିଲ୍ମର ନୂଆ କରି ସମୀକ୍ଷା କରିବା ଏବଂ ସାମ୍ବିଧାନିକ ବୈଧ୍ୟାନିକ ଗାଇଡଲାଇନର କଠୋର ଅନୁପାଳନକୁ ସୁନିଶ୍ଚିତ କରିବାକୁ କୋର୍ଟ ସିବିଏଫସିକୁ ନିର୍ଦ୍ଦେଶ ଦିଅନ୍ତୁ । ଫିଲ୍ମର ଡାଇଲଗ୍ ଉପରେ ରୋକ୍ ଲଗାଯାଉ । ସେ ଯୁକ୍ତି ବାଢିଛନ୍ତି ଯେ, ସଂଳାପରେ ବଲୋଚ ସମୁଦାୟକୁ ବଦନାମ କରାଯାଇଛି । ଏହା ବୋଲଚଙ୍କ ପ୍ରତି ଦ୍ୱେଷ ଭାବନାକୁ ପ୍ରୋତ୍ସାହନ ଦେଉଛି । ଏଥିରେ ସମାନତାର ସାମ୍ବିଧାନିକ ଗ୍ୟାରେଣ୍ଟିର ଉଲ୍ଲଂଘନ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+