Get Updates
Get notified of breaking news, exclusive insights, and must-see stories!

ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ନାଁରେ ମାମଲା

ନିକଟରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ। ଏନେଇ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । କାଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ଗୋ ଚାଲାଣ ଉପରେ ମନ୍ତବ୍ୟ ଦେଇଥିଲେ ସାଇ । ବଜରଙ୍ଗୀ ଦଳ ପକ୍ଷରୁ ହାଇଦ୍ରାବାଦ ସୁଲତାନ ବଜାର ଥାନାରେ

ହାଇଦ୍ରାବାଦ: କାଶ୍ମୀର ପଣ୍ଡିତ ହତ୍ୟା ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଚାରିଆଡେ ଚାଲିଛି । ଅନେକ ଲୋକ ଏହାକୁ ନେଇ ନିଜର ମତ ରଖିଛନ୍ତି । ତେବେ ନିକଟରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ। ଏନେଇ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । କାଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ଗୋ ଚାଲାଣ ଉପରେ ମନ୍ତବ୍ୟ ଦେଇଥିଲେ ସାଇ । ବଜରଙ୍ଗୀ ଦଳ ପକ୍ଷରୁ ହାଇଦ୍ରାବାଦ ସୁଲତାନ ବଜାର ଥାନାରେ ସାଇ ପଲ୍ଲବୀଙ୍କ ନାମରେ ମାମଲା ରୁଜୁ ହୋଇଛି ।

sai

ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ପ୍ରୋମସନ ପାଇଁ ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଏହି ସମୟରେ ସେ କାଶ୍ମୀର ପଣ୍ଡିତଙ୍କ ନରସଂହାର ସହ ଗୋ ଚୋରା ଚାଲାଣ ସହ ତୁଳନା କରିଥିଲେ । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ପଲ୍ଲବୀଙ୍କୁ ସମର୍ଥନ କରିଥିବାବେଳେ, ଆଉ କିଛି ଲୋକ ଦୁଇଟି ଘଟଣା ଆଦୌ ସମାନ ନୁହେଁ ବୋଲି କହିଛନ୍ତି ।

ସେ ଆହୁରି କହିଥିଲେ, କାଶ୍ମୀର ଫାଇଲ୍ସ ଫିଲ୍ମ ସେହି ସମୟରେ ଘଟିଥିବା କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ଦେଖାଇଛି । ଯହି ଧାର୍ମିକ ଦୃଷ୍ଟିରୁ ଦେଖିବା ମୁଁ ଏକ ଖବର ପଢିଥିଲି ଯେଉଁଥିଲେ ଗାଈ ନେଇ ଯାଉଥିବା ଜଣେ ମୁସଲିମ ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ ନାରା ଦେଇ କିଛି ଗୋ-ସୁରକ୍ଷା କର୍ମୀ ତାଙ୍କୁ ହତ୍ୟା କରିଥିଲେ । ବାସ୍‌ ପଲ୍ଲବୀଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+