'ବଜରଙ୍ଗୀ ଭାଇଜାନ'୭ବର୍ଷ ପୂରଣ କରିଛି ,ସିକ୍ୱିଏଲ ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ !

Bajarangu Bhaijan completes 7 years , script ready for sequel..'ବଜରଙ୍ଗୀ ଭାଇଜାନ'୭ବର୍ଷ ପୂରଣ କରିଛି ,ସିକ୍ୱିଏଲ ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ !

ମୁମ୍ବାଇ: ୨୦୧୫ ମସିହା ଜୁଲାଇ ୧୭ ଅର୍ଥାତ୍ ଆଜିର ଦିନରେ ହିଁ ହିନ୍ଦୀ ସିନେମା ଜଗତର ଏକ ସୁପରହିଟ୍ ଫିଲ୍ମ ରିଲିଜ୍ ହୋଇଥିଲା । ଚଳଚ୍ଚିତ୍ରର ନା' ଥିଲା 'ବଜରଙ୍ଗୀ ଭାଇଜାନ', ଯାହା ବକ୍ସ ଅଫିସରେ ସବୁ ରେକର୍ଡକୁ ଭାଙ୍ଗି ଥିଲା ଖୁବ ଭଲ ଆୟ କରିଥିଲା ।ଏହି ଚଳଚ୍ଚିତ୍ରଟି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ କ୍ୟାରିୟରର ସବୁଠୁ ଭଲ ଫିଲ୍ମ ମଧ୍ୟରୁ ଗୋଟେ । ଫିଲ୍ମଟି ଖୁବ୍‌ ପୁରସ୍କୃତ ମଧ୍ୟ ହୋଇଥିଲା । ଏଥିରେ ସଲମାନଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ ।ଏହା ମଧ୍ୟରେ ସଲମାନଙ୍କ ଫିଲ୍ମ'ବଜରଙ୍ଗୀ ଭାଇଜାନ'ର ସିକ୍ୱିଏଲ ବିଷୟରେ ସୂଚନା ରହିଛି , ଯେଉଁଥିରେ ଫିଲ୍ମର ଲେଖକ ଫିଲ୍ମର ପାର୍ଟ-୨ବିଷୟରେ ସୂଚନା ଦେଇଛନ୍ତି ।

SALMAN
ବାସ୍ତବରେ,'ବଜରଙ୍ଗୀ ଭାଇଜାନ'ରିଲିଜକୁ ଆଜି ୭ବର୍ଷ ପୂରଣ ହୋଇଛି । ଏହି ଅବସରରେ ଚଳଚ୍ଚିତ୍ରର ଲେଖକ କେ.ବି. ବିଜେନ୍ଦ୍ର ପ୍ରସାଦ ଏକ ଗଣମାଧ୍ୟମ ସାକ୍ଷାତକାରରେ ,'ବଜରଙ୍ଗୀ ଭାଇଜାନ' ସିକ୍ୱିଏଲ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି । ସେ କହିଛନ୍ତି ଫିଲ୍ମର ପ୍ରଥମ ଭାଗର ସଫଳତା ପରେ ନିର୍ମାତାମାନେ ,'ବଜରଙ୍ଗୀ ଭାଇଜାନ ୨'ତିଆରି କରିବା ପାଇଁ ଯୋଜନା କରିଛନ୍ତି। ବିଜୟନ୍ଦ୍ର ପ୍ରସାଦ ଏହା ମଧ୍ୟ କହିଛନ୍ତି ଯେ 'ବଜରଙ୍ଗୀ ଭାଇଜାନ ୨'ର କାହାଣୀ ପ୍ରଥମ ଭାଗଠୁ ସମ୍ପୁର୍ଣ୍ଣ ଭିନ୍ନ ରହିବ ।ତେବେ ଏହି ଫିଲ୍ମର କାହଣୀ ଖୁବ ରୋମାଞ୍ଚକ ଓ ଆକର୍ଷଣୀୟ ରହିବ । ବର୍ତ୍ତମାନ ସେ ଫିଲ୍ମର କାହାଣୀ ଉପରେ ଧ୍ୟାନ ଦେଉଛି ।ସେ ଏହା ମଧ୍ୟ କହିଥିଲେ ଯେ ସେ ସଲମାନ ଖାନଙ୍କୁ କାହାଣୀର ଏକ ଛୋଟ ଭାଗ ବର୍ଣ୍ଣନା କରିଥିଲେ ଯାହା ସଲମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

ନିକଟରେ ସଲମାନ ଖାନ ମଧ୍ୟ 'ବଜରଙ୍ଗୀ ଭାଇଜାନ ୨' ସିକ୍ୱିଏଲ ନିର୍ମାଣ କରାଯିବା ବୋଲି କହିଥିଲେ ।'ବଜରଙ୍ଗୀ ଭାଇଜାନ 'ସିକ୍ୱିଏଲରେ ସଲମାନଙ୍କ ନା' ପୱନ ପୁତ୍ର ଭାଇଜାନ ରଖାଯିବ ବୋଲି ମଧ୍ୟ କହିଥିଲେ ସଲମାନ ଖାନ । ତେବେ ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ଏହା କୌଣସି ଆନାଉନ୍ସମେଣ୍ଟ କରିନାହଁନ୍ତି ସୂଚନା ରହିଛି ଯେ ଟାଇଗର ୩ ରିଲିଜ୍ ପରେ 'ବଜରଙ୍ଗୀ ଭାଇଜାନ ୨'ର କାମ ଆରମ୍ଭ କରାଯାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+