ବିଗିଡ଼ିଲା 'ବାହୁବଳୀ' କଟପ୍ପାଙ୍କ ସ୍ବାସ୍ଥ୍ୟବସ୍ଥା, କରୋନା ପଜିଟିଭ୍ ହୋଇଥିଲେ

'ବାହୁବଳୀ' ଚଳଚ୍ଚିତ୍ରରେ 'କଟପ୍ପା'ର ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଦକ୍ଷିଣୀ ଭେଟେରାନ ଅଭିନେତା ସତ୍ୟରାଜ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କରୋନାର ତୃତୀୟ ଲହର ତୀବ୍ର ବେଗରେ ବୃଦ୍ଧି ପାଉଛି। ସାଧାରଣ ଜନତାଙ୍କ ସହ ଅନେକ ଚଳଚ୍ଚିତ୍ର ତାରକା ମଧ୍ୟ କରୋନାର ଶିକାର ହେଉଛନ୍ତି । ସଦ୍ୟତମ ମାମଲାରେ, 'ବାହୁବଳୀ' ଚଳଚ୍ଚିତ୍ରରେ 'କଟପ୍ପା'ର ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଦକ୍ଷିଣୀ ଭେଟେରାନ ଅଭିନେତା ସତ୍ୟରାଜ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ଆଇସୋଲେସନରେ ରହିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Katappa

ଯଦିଓ ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ବିବୃତ୍ତି ପ୍ରକାଶ ପାଇ ନାହିଁ, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ପୂର୍ବେ ତାଙ୍ ପାଖରେ କରୋନାର ଲକ୍ଷଣ ଦେଖା ଦେଇଥିଲା । ଯାହା ପରେ ସେ କରୋନା ପରୀକ୍ଷା କରିଥିଲେ, ଯେଉଁଥିରେ ସେ ପଜିଟିଭ୍ ହୋଇଥିଲେ ।

ଏହା ପରେ ସେ ଘରେ ଆଇସୋଲେସନରେ ରହିଥିଲେ ମଧ୍ୟ ଜାନୁଆରୀ 7 ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଆରମ୍ଭ ହେବାରୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଉଲ୍ଲେଖଥାଉ କି, 67 ବର୍ଷୀୟ ସତ୍ୟରାଜ 1978 ମସିହାରେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ସତ୍ୟମ୍ ଏନ୍ କାୟିଲ୍' । ଚେନ୍ନାଇ ଏକ୍ସପ୍ରେସ ଫିଲ୍ମ ଯୋଗୁଁ ହନ୍ଦି ଚଳଚିତ୍ର ଜଗତରେ ସେ ଫେମସ ହୋଇଥିବା ବେଳେ 'ବାହୁବଳୀ' ଚଳଚ୍ଚିତ୍ରରେ 'କଟପ୍ପା' ଭୂମିକାରେ ସାରା ଦେଶରେ ପ୍ରସିଦ୍ଧ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+