ଲାଇଭ୍ କନସର୍ଟ ସମୟରେ ମଞ୍ଚରୁ ଖସିପଡିଲେ ବାଦଶାହ !
Badshah Reacts Viral Video: ପଞ୍ଜାବୀ ଗାୟକ ତଥା ରାପର ବାଦଶାହ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଗାୟକ ଲାଇଭ୍ ପ୍ରଦର୍ଶନ କରୁଥିବା ସମୟରେ ହଠାତ୍ ମଞ୍ଚରୁ ଖସିପଡୁଥିବାର ନଜର ଆସୁଛନ୍ତି ।
ଏହି ଭିଡିଓ ଦେଖିବା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ଏହି ଗାୟକ ଜଣଙ୍କ ରାପର ବାଦଶାହ ବୋଲି । ଯାହା ପରେ ଫ୍ୟାନ୍ସ ନିଜ ପ୍ରିୟ ଗାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବା ପାଇଁ କମେଣ୍ଟ କରି ପ୍ରଶ୍ନ କରୁଛନ୍ତି । ବର୍ତ୍ତମାନ ଏହି ଭିଡିଓ ଉପରେ ଗାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଭଡିଓରେ ସେ ନାହାଁନ୍ତି ।

ଭାଇରାଲ ଭିଡିଓରେ ଜଣେ ଗାୟକ ଗୀତ ଗାଉଥିବା ବେଳେ ଦର୍ଶକଙ୍କ ନିକଟକୁ ଯାଇ ମଞ୍ଚ ଉପରେ ଛିଡା ହୋଇ ଗୀତ ଗାଉଛନ୍ତି । ସେ ବ୍ଲାକ୍ ଆଉଟଫିଟରେ ନଜର ଆସୁଛନ୍ତି ଫଟୋଟି ଟିକେ ବ୍ଲର୍ ଥିବା କାରଣରୁ ବ୍ୟକ୍ତି ଜଣଙ୍କର ମୁହଁ ସ୍ପଷ୍ଟ ଭାବେ ଦେଖାଯାଉ ନାହିଁ ହେଲେ ସେ ରାପର୍ ବାଦଶାହଙ୍କ ପରି ଦେଖାଯାଉଛନ୍ତି ।
ଗୀତ ଗାଉଥିବା ବେଳେ ହଠାତ୍ ସନ୍ତୁଳନ ହରାଇ ସେ ମଞ୍ଚରୁ ଖସି ପଡିବା ପରେ ତାଙ୍କ ଟିମ୍ ତୁରନ୍ତ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଏହି ବ୍ୟକ୍ତି ଜଣଙ୍କୁ ବାଦଶାହା କହିବା ଆରମ୍ଭ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ସୋସିଆଲ ମିଡିଆରେ ଲାଇକ୍ କମେଣ୍ଟ କରିବା ଆରମ୍ଭ କରିଥିଲେ ।
Be Careful Badshah Bhai...@Its_Badshah #becareful #fhmpakistan pic.twitter.com/0Uw2mgs1Le
— FHM Pakistan (@pakistan_fhm) July 17, 2023
ବର୍ତ୍ତମାନ ବାଦଶାହ ନିଜେ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଭାଇ ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଅଛି । ମୋ ହାତ, ଗୋଡ ସବୁ ଠିକ୍ ଅଛି । ମୁଁ କୌଣସି ଷ୍ଟେଜରୁ ପଡିନାହିଁ । ମୁଁ ଆଶା କରୁଛି ମଞ୍ଚରୁ ଖସି ପଡିଥିବା ବ୍ୟକ୍ତି ଜଣକ ଭଲ ଥାଆନ୍ତୁ ।












Click it and Unblock the Notifications